ମନେ ପଡ଼ନ୍ତି ଖୋକା ଭାଇ

ଅର୍ଜୁନୀ ଚରଣ ବେହେରା

ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର l
ମନେ ପଡ଼ିଯାଏ ଆଜି ଖୋକାଭାଇ ମୋର ll
ଏ ତ କଳି କାଳ ରୀତି ବିପରୀତ ଭାଇ l
ଦଶରାବଜାରେ ଗୀତ ଗାଏ ଖୋକାଭାଈ ll
କଟକେ ବଗିଚା ନାମ ଅଟେ ତ୍ରିକୋଣିଆ l
ଢୁଲ ପାରେ ପାରେ ବଜା ଆରେ ଵଜନିଆ ll
ସକାଳର ଗାଡ଼ି ଗଲା କଳା ଧୂଆଁ ଛାଡ଼ି l
ମହାନଦୀରେ ନଉକା ଦେଇଛି ମୁଁ ଭିଡ଼ି ll
ହାତେ ଧରି କାତ ମୁହିଁ ମୁଣ୍ଡେ ଭିଡ଼ି ଠେକା l
ନନୀ ଦେଖେ ହୀରାକୁଦେ କଟକିଆ ଟୋକା ll
ରକତ ଟଳ ମଳକୁ, ଖଇର ପାଞ୍ଚ ପଳ l
ସାଧବ ଆଣିଛି କେଉଁ ଦେଶରୁ ଏ ଫଳ ll
ସାବିସାବି ରାବି ତୋତେ ନାଲିପାନ ବିବି l
ସଵାରୀ ଚାଲଇ ଧୀରେ ତୋର କଥା ଭାବି ll
ଷଣ୍ଢ ଛତ୍ର ବଜାରରେ ପଶିଲା ବାଉଳି l
ମାରୁଆଡ଼ି ଖୁଆଇଲେ କାବୁଲି କଦଳୀ ll
ଘାଇଁ ଘାଇଁ ନଳ ବୁଲେ ନୂଆ କ୍ୟାପିଟାଲ l
କେଦାରଗଉରୀଠାରେ ତୁମେ ପ୍ରେମ କଲ ll
ନଦୀଟି ଅଳସ କନ୍ୟା ତୀର ତାର ତନ୍ଦ୍ରା l
ଗ୍ରାମ ନାମ ସ୍ବପ୍ନପୁରୀ ପ୍ରୀୟା ତୁମ ଚନ୍ଦ୍ରା ll
ଅକ୍ଷୟର କ୍ଷୟ ନାହିଁ ଅକ୍ଷୟ ମହାନ୍ତି l
ତୁମ ନାମରେ ଓଡ଼ିଆ ହସନ୍ତି କାନ୍ଦନ୍ତି ll
ଲେଖିଲ ଗାଇଲ ପୁଅ ମୋ କଳା ଠାକୁର l
କେଣେ ଘେନି ଯାଉଅଛ ଜଗନ୍ନାଥେ ମୋର ll
ଓଲଟ ବ୍ରୁକ୍ଷେ ଖେଳୁଛି ଲୋଟଣିଆ ପାରା l
ତୁମ ନାମରେ ବାଜୁଛି ସଙ୍ଗୀତ ନାଗରା ll
ହୁଣ୍ଡୀ ପକାଉଛି ମନେ ଗୁଣ୍ଡି ପାନ ଖାଇ l
ଲଚକମାଣୀ ଉଡ଼ୁଛି କାନି ଖାଇ ଖାଇ ll
ସମର୍ପିଦେଇ ତୁମେ ହେ ପାଇ ଅଛ ସର୍ବ l
ଖୋକାଭାଇ ତୁମକୁ କି,ଏ ଜାତି ଭୁଲିବ ll
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.