କନିଷ୍ଠ ସଂଗ୍ରାମୀ ବାଜି ରାଉତ

ଅର୍ଜୁନୀ ଚରଣ ବେହେରା

ଵର୍ଷା ଭିଜା କାଳରାତ୍ରୀ ଗରଜୁଛି
ଫୁଲି ଉଠିଅଛି ବ୍ରାହ୍ମଣୀ ପାଣି l
ଉଛୁଳା ବ୍ରାହ୍ମଣୀ ଘାଟ ଜଗି ଅଛି
ବାଜିଆ ବାଳକ ବୀର ଅଗ୍ରଣୀ ll
ସିଂହର ବଳ ବୁକୁରେ ଭରା ତା
ଟକମକ ହୋଇ ଫୁଟେ ରକତ l
ଏ ଜାତି କୋଣାର୍କ ଧରମପଦ ସେ,
ବାର ବର୍ଷ ବାଜି ମାତୃ ଭକତ ll
ଉତ୍କଳ ମାତାର ଅଲିଅଳ ଧନ,
ନରମ ହାତେ ତା କଠୋର କାତ l
କର୍ମ ସାଧନେ କୁରୁକ୍ଷେତ୍ରେ ଆଜି,
ଅଭିମନ୍ୟୁ ସାଜି ମେଲିଛି କାତ ll
ଗୋରା ଶାସକର ଘୃଣ୍ୟ ଚକ୍ରାନ୍ତେ
ପ୍ରତାରିତ ଆଜି ଭାରତ ମାତ l
ସଂଗ୍ରାମ କରିଛି ଜୀବନର ପଣ
ହୋଇଯାଉ ପଛେ ମହାଭାରତ ll
ଫିରୀଙ୍ଗୀ ଫଉଜ ଗରଜି ଉଠିଲା
ପାରିକର ନଦୀ ଆରେ ତୁରନ୍ତ l
ସେ କି ଜାଣିଥିଲା ତୁଠରେ ପ୍ରହରୀ,
କଳିଙ୍ଗ ବୀର ସେ ବାଜି ରାଉତ ll
ବାଜିଆ ବୋଇଲା ପାରି କରିବିନି
ତୁମେ ଗୁଡ଼ା ଅଟ ନିର୍ଧୁମ ଖଣ୍ଟ l
ଉତ୍କଳ ମାତାର ସ୍ତନ ମୁଁ ପିଇଛି ତା’
ସେବା ମୋହର ଜୀବନ ବ୍ରତ ll
ଗୁଡ଼ୁମ ଗୁଡ଼ୁମ କମାଣ ଗର୍ଜିଲା ,
ରକତେ ରଞ୍ଜିତ ବ୍ରାହ୍ମଣୀ ସ୍ରୋତ l
ରକତେ ଲେଖିଲା ଜୀବନର ଗାଥା
ବୀର ବାଳକ ସେ ବାଜି ରାଉତ ll
ରହିଗଲା ଗାର ଜାତି ଇତିହାସେ
ରହିଗଲା କାଳ କାଳକୁ କଥା l
ବାଜିଆ ରାଉତ ଜୀବନ ଦେଲା ସେ
ନୋଇଁଲା ନାହିଁ ଟିକିଏ ମଥା ll
ଗଲାଣି ସେ କାଳୁ କେତେ ପାଣି ବହି
ଅବିରତେ ବହେ ବ୍ରାହ୍ମଣୀ ସ୍ରୋତ l
ଇତିହାସ ଅଙ୍କେ ଅଙ୍କିତ ତା’ ନାଆଁ
କନିଷ୍ଠ ସଂଗ୍ରାମୀ ବାଜି ରାଉତ ll
🙏🙏🙏
ଅର୍ଜୁନୀ
—————-
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.