ବାଲିଆପାଳ: ଚଳିତ ମାସ ୮ ତାରିଖ ଦିନ ଦ୍ୱିପ୍ରହରରେ ବାଲିଆପାଳ ବ୍ଲକ ଅନ୍ତର୍ଗତ ଖାପରାପଦା ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ହୋଇ ଥିବା ସଶାସ୍ତ୍ର ଡକାୟତିରେ ସଂପୃକ୍ତ ୫ ଜଣ ଡ଼କାୟତଙ୍କୁ ବାଲିଆପାଳ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏନେଇ ବୁଧବାର ସନ୍ଧ୍ୟାରେ ବାଲିଆପାଳ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବସ୍ତା ଏସଡିପିଓ ସମର୍ଥ କୁମାର ବେହେରା କହିଛନ୍ତି । ଏହି ଡକାୟତିରେ ମୋଟ ୬ ଜଣ ସମ୍ପୃକ୍ତ ଥିବା ବେଳେ ୫ ଜଣଙ୍କୁ ପଶ୍ଚିମବଙ୍ଗ ଅଞ୍ଚଳରୁ ଗିରଫ କରଯାଇଛି। ଏହି ଗ୍ୟାଙ୍ଗ ଓଡିଶାର ବିଭିନ୍ନ ସ୍ଥାନରେ ଥିବା ଗ୍ରାମ୍ୟ ବ୍ୟାଙ୍କରେ ହୋଇଥିବା ଡ଼କାୟତି ଘଟଣାରେ ସଂପୃକ୍ତି ରହିଥିବା ନେଇ ସୂଚନା ମିଳିଛି। ଏଠାରେ ସୂଚନା ଥାଉକି ଗତ ୮ତାରିଖ ଦିନ ଖପରାପଦା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳକ ଅଜୟ କୁମାର ସେଠୀଙ୍କୁ ମାଡ ମାରି ଲହୁ ଲୁହାଣ କରିବା ସହିତ ୧୩ ଲକ୍ଷ ୮୦ ହଜାର ୪୪୪ ଟଙ୍କା ଏହି ଡକାୟତ ମାନେ ବ୍ୟାଙ୍କରୁ ଲୁଟ କରି, ବ୍ୟାଙ୍କର ସମସ୍ତ କର୍ମଚାରୀ ଏବଂ ଉପସ୍ଥିତ ଗ୍ରାହକ ମାନଙ୍କୁ ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମରେ ଭର୍ତ୍ତି କରି ଚାବି ପକାଇ ପଳାଇଥିଲେ। ଆଜି ଯେଉଁ ୫ଜଣ ଗିରଫ ହୋଇଛନ୍ତି ସେମାନେ ହେଲେ ପଶ୍ଚିମବଙ୍ଗ ସନ୍ଦେଶ ଖାଲି ଅଞ୍ଚଳର ରମଜାନ ଗାଗିଙ୍କ ପୁଅ ଲୁତଫର ରେହମାନ ଗାଗି (୬୪),ଚାନ୍ଦିବାଡି ଅଞ୍ଚଳର ନୁର ମହମ୍ମଦ ମୁଲ୍ଲାଙ୍କ ପୁଅ ମିଜାନୁର ମୁଲ୍ଲା(୩୩),ଅବଦର ମୁଲ୍ଲାଙ୍କ ପୁଅ ଅମିର ଅଲ୍ଲୀ ମୁଲ୍ଲା ( ୩୪) ଜେଲେଖାଲି ଅଞ୍ଚଳର ବାସି ମୁଲ୍ଲାଙ୍କ ପୁଅ ଖାଦିମ ମୁଲ୍ଲା (୪୪) ଝୁପଖାଲି ଅଞ୍ଚଳର ଜନ୍ମେଜୟ ଦାସଙ୍କ ପୁଅ ସତ୍ୟଜିତ ଦାସ (୪୧) ବୋଲି ବାଲିଆପାଳ ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଡକାୟତ ମାନଙ୍କ ନିକଟରୁ ଗୋଟିଏ ଆପାଚି ମଟର ସାଇକେଲ, ଗୋଟିଏ ଦେଶୀ ବନ୍ଧୁକ ଏବଂ ତିନୋଟି ଅଫୁଟା ଗୁଳି ଜବତ ହୋଇଛି। ଏହି ସମସ୍ତ ଡକାୟତ ପଶ୍ଚିମ ବଙ୍ଗର ବୋଲି ଜଣାପଡିଛି। ଏହି ବ୍ୟାଙ୍କ ଡ଼କାୟତି ଘଟଣାରେ ଅନ୍ୟ ଆସାମି ମାନଙ୍କୁ ଧରିବାରେ ପୋଲିସ ଉଦ୍ୟମ ଜାରି ରହିଛି। ଏଥିରେ ସ୍ଥାନୀୟ କୌଣସି ସମ୍ପୃକ୍ତି ରହିଛି କି ନାହିଁ ତାହା ମଧ୍ୟ ପୋଲିସ ତଦନ୍ତ କରୁଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବସ୍ତା ଏସଡିପିଓ ସମର୍ଥ କୁମାର ବେହେରା,ବାଲିଆପାଳ ଥାନା ଅଧିକାରୀ ସାଲଖାନ ମୁର୍ମୁ, ଏସ ଆଇ ଶୁଭସ୍ମିତା ପାଲ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.