କାର୍ତ୍ତିକ ମାହାତ୍ମ୍ୟ

ମାସ ମଧ୍ୟେ ଶ୍ରେଷ୍ଠ ମାସ କାର୍ତ୍ତିକଟି ଜାଣ l
କାର୍ତ୍ତିକ ମାହାତ୍ମ୍ୟ କହେ ଶ୍ରୀପଦ୍ମପୁରାଣ ll
ଦେବଙ୍କ ମଧ୍ୟରେ ଶ୍ରେଷ୍ଠ ଶ୍ରୀ ମଧୁସୂଦନ l
ବଦରିକା ତୀର୍ଥ ଶ୍ରେଷ୍ଠ ତୀର୍ଥ ନାରାୟଣ ll
କାର୍ତ୍ତିକର ସମ ମାସ ପୁଣ୍ୟ ମାସ ନାହିଁ l
ସତ୍ୟଯୁଗ ପରି ଯୁଗ ଆଉ ଯୁଗ କାହିଁ ll
ଶାସ୍ତ୍ର ମଧ୍ୟେ ସାର ଅଟେ ଚତୁର୍ବେଦ ପୂତ l
କାର୍ତ୍ତିକେ ସ୍ନାହାନକର ଶ୍ରେଷ୍ଠ ଗଙ୍ଗା ତୀର୍ଥ l
କାର୍ତ୍ତିକେ ବିଷ୍ଣୁଙ୍କ ନାମ ଅଟେ ଦାମୋଦର l
ଯଶୋଦା ବାନ୍ଧିଲେ ଦାମେ କୃଷ୍ଣଙ୍କ ଉଦର ll
ଏମାସେ ଭଞ୍ଜନ ହେଲା ଯାମଳ ଅର୍ଜୁନ l
କୁବେର ପୁତ୍ରେ ତାରିଲେ ପତିତପାବନ ll
କାର୍ତ୍ତିକେ କରନ୍ତି ବିଷ୍ଣୁ ଅନନ୍ତ ଶୟନ l
ଅନନ୍ତଶାୟୀ ପୟରେ ଲଗାଇବ ଧ୍ୟାନ ll
ହବିଷ୍ୟ କରିବ ତେଜି ଆମିଷ ଭୋଜନ l
ପଞ୍ଚୁକ ପାଳିବ ଚିତ୍ତେ ଚେତି ନାରାୟଣ ll
🙏🙏🙏
ଅର୍ଜୁନୀ
———-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.