ଅର୍କତୀର୍ଥ

ଅର୍ଜୁନୀ ଚରଣ ବେହେରା

ଅର୍କତୀର୍ଥ
========
ନମସ୍ତେ ଦେବ ଦିବାକର l
କଳିଙ୍ଗଦେଶ ଘର ତୋର ll
କଶ୍ୟପ ତୋହର ଗୋତର l
କାଶ୍ୟପେୟଟି ନାମ ତୋର ll
କୋଣାର୍କେ ବଧି ଅର୍କଦୈତ୍ୟ l
ସ୍ଥାପିଲୁ ପୁଣ୍ୟ ଅର୍କ ତୀର୍ଥ ll
କାଳେ ଅପୂର୍ବ କଳା କିର୍ତ୍ତୀ l
ତୋଳିଲେ ଲାଙ୍ଗୁଳା ନୃପତି ll
କଳାର ଦେଶେ ଏ ଉତ୍କଳେ l
କୋଣାର୍କ ରାଜେ ସିନ୍ଧୁକୁଳେ ll
ଶୁକଳ ମାଘ ସପ୍ତମୀରେ l
ଦିବ୍ୟ ସ୍ନାହାନ ସେ ତୀର୍ଥରେ ll
ସେ ସ୍ନାନ ଅତି ପୁଣ୍ୟମୟୀ l
ସର୍ବ ପାତକ ନାଶ ଯାଇ ll
ତିଳ ଲଗାଇ ପ୍ରାତଃ ସ୍ନାନ l
ଦକ୍ଷିଣା ଭୋଜନ ପ୍ରଦାନ ll
କୋଟିଗୋଦାନ ଫଳ ତାର l
ସର୍ବ ପାତକ ବ୍ୟାଧି ହର ll
ସେ ତୀର୍ଥେ ସୂର୍ଯ୍ୟ ଅଧିପତି l
କୁଷ୍ଠରୁ ଶାମ୍ବ ହେଲେ ମୁକ୍ତି ll
ବିଶ୍ୱର ଚକ୍ଷୁ ହେ ଭାସ୍କର l
ତୋ ପଦେ ମୋର ନମସ୍କାର ll
🙏🙏🙏
ଅର୍ଜୁନୀ
——————–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.