ଆସୁଛନ୍ତି ବାକ୍ୟଦେବୀ

ଅର୍ଜୁନୀ ଚରଣ ବେହେରା

ଆସୁଛନ୍ତି ବାକ୍ୟଦେବୀ
==============
ମରତରେ ଶୁଭିଲାଣି ଦିବ୍ୟ ବୀଣାଧ୍ଵନୀ l
ଆସୁଛନ୍ତି ବାକ୍ୟଦେବୀ ତୁଷାରବରନୀ ll
ବିଦ୍ୟା ଅଧିଷ୍ଠାତ୍ରୀ ମାଆ ମରାଳବାହନୀ l
ବୀଣାପୁସ୍ତକ ଧାରିଣୀ ବିଦ୍ୟାପ୍ରଦାୟିନୀ ll
ଶାରଦେ ବରଦେ ମାଆ କବିଙ୍କ ଜନନୀ l
କାବ୍ୟକଳା ଠାକୁରାଣୀ ଶୁଭ୍ରପଦ୍ମାସନୀ ll
କରୁଣାମୟୀ ଜନନୀ ବାଗ୍ଦେବୀ ଭାରତୀ l
ବାଣୀ ବୀଣାପାଣି ସରସ୍ଵତୀ ଭଗବତୀ ll
ଶ୍ଵେତ ମରାଳ ବାହନ ଅଟେ ମାଆଙ୍କର l
କ୍ଷୀରରୂପୀ ଜ୍ଞାନ ପିଏ ଛାଡ଼ିଦେଇ ନୀର ll
ବାଚାଳ ହୁଅଇ, ମୂକ ମାଆଙ୍କ ଦୟାରେ l
ଶୋଲବତ ଶିଳା ଭାସେ ଜଳଧିବକ୍ଷରେ ll
ମୂର୍ଖ, ପଣ୍ଡିତ ବୋଲାଏ, ମାଆଙ୍କ ଦୟାରୁ l
ଅଜ୍ଞ ହୁଏ ବିଜ୍ଞ ପଂଘୁ ଲଂଘିପାରେ ମେରୁ ll
ବସନ୍ତେ ଦେବୀଙ୍କ ପୂଜା, ବସନ୍ତ ପଞ୍ଚମୀ l
ଅଜ୍ଞାନସାଗରେ ମାଆ ବୁଲେ ଭ୍ରମି ଭ୍ରମି ll
ଦୟା କର, ଦୟା କର ମାଆ ଜ୍ଞାନମୟୀ l
କମଳଲୋଚନୀ ମାଆ ପଦାବ୍ଜେ ନମଇଁ ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.