ଶିବ ହେ ମୋର ପ୍ରଣତି ଘେନ

ଅର୍ଜୁନୀ ଚରଣ ବେହେରା

ଶିବ ହେ ମୋର ପ୍ରଣତି ଘେନ
===========
ଶିବ ହେ ! ମୋର ପ୍ରଣତି ଘେନ,
ଶିବ ଶିବ ବୋଲି ଯାଉ ଜୀବନ l
ତୁମ୍ଭେ ସତ୍ୟ ଶିବ ସୁନ୍ଦର ଜଗତେ
ସତ୍ୟ ଲାଗି କଲ ଗରଳ ପାନ ll
ଆହେ ନୀଳକଣ୍ଠ, ଫେଡ଼ ମୋ ଅରିଷ୍ଟ ,
ଦିଗମ୍ବର ଆହେ ବାସ ସ୍ମଶାନ l
କଇଳାସ ପତି ହର ମୋ ବିପତ୍ତି,
ସଦାଶିବ ହର ତିନି ଲୋଚନ ll
ବୃଷଭ ଆରୋହୀ,ସର୍ବ ମୋକ୍ଷଦାୟୀ,
ଉମାପତି ଆହେ ନନ୍ଦୀ ବାହନ l
ପଞ୍ଚାମୃତ ପାୟୀ,କୋଳେ ମହାମାୟୀ,
ଶୂଳ ପାଣି ଆହେ ପଞ୍ଚ ଆନନ ll
ପତ୍ର ନ ଭକ୍ଷିଲେ, ତୁମ୍ଭଙ୍କୁ ଲଭିଲେ ,
ହିମାଳୟ ଜେମା ପକାଇ ରାଣ l
ଦେବ ସେନାପତି, ତୁମ୍ଭର ସନ୍ତତି,
ବିଦ୍ୟା ଦାତା ପ୍ରଭୁ ଗଜ ବଦନ ll
ପ୍ରଭୁ ଆଶୁତୋଷ, ଅଳପେ ସନ୍ତୋଷ,
ବିଷ୍ଣୁ କଲେ ତୁମ୍ଭ ପଦ ବନ୍ଦନ l
ତ୍ରେତୟାରେ ପୁଣି, ତୁମ୍ଭ ନାମ ଗୁଣି,
ସେତୁ ବନ୍ଧାଇଲେ ଶ୍ରୀରଘୁ ରାଣ ll
କାଶୀପୁର ବାସୀ, ହେ ଚିର ସନ୍ୟାସୀ,
ମହାଯୋଗୀ ମାଗି କଲ ଭୋଜନ l
ମାତା ଅନ୍ନପୂର୍ଣ୍ଣା, ପାର୍ବତୀ ଅପର୍ଣ୍ଣା,
ଭିକ୍ଷା ପାତ୍ର କଲେ ତୁମ୍ଭର ପୂର୍ଣ୍ଣ ll
ଅରଖ, ଗୟସ ହେ ପ୍ରଭୁ ଗିରିଶ,
ଧାତୁରା, କେତକୀ, ଭଷ୍ମ ଭୂଷଣ l
ଆହେ ଗଙ୍ଗାଧର, ଅହି ଗଳେ ହାର,
ସଦାଶିବ ହର ସର୍ବ ଦୂଷଣ ll
ହେ ପ୍ରଭୁ ମହେଶ, କ୍ଷମ ମୋର ଦୋଷ,
ପଦେ ତୋର ପ୍ରଭୁ ଗଲି ଶରଣ l
ଆହେ ଭୁତପତି, ପ୍ରଭୁ ମହାଯତି,
ମହେଶ୍ୱର ଆହେ ଶଙ୍କର ଶୁଣ ll
ଶିବ ହେ ! ମୋର ପ୍ରଣତି ଘେନ,
ଶିବ ହେ ! ମୋର ପ୍ରଣତି ଘେନ !!!
🙏🙏🙏
ଅର୍ଜୁନୀ
——————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.