Browsing Category

ସ୍ତମ୍ଭ/ଗଳ୍ପ

ପୂଜାଷ୍ପଦ ହେଲା ଗୋଷ୍ପଦ ପୁଷ୍କର

ଭଗବାନ୍ ବିଷ୍ଣୁଙ୍କ ବରାହ ଅବତାର ବେଳର କଥା l ନିଜ ବଡ଼ପଣକୁ ନେଇ ଦିନେ ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ଭଗବାନ ବରାହଙ୍କ ମଧ୍ୟରେ କନ୍ଦଳ ଲାଗିଲା l ଏହି କଳହର ବିଚାରପାଇଁ ଉଭୟେ ଭଗବାନ୍ ଶଙ୍କରଙ୍କୁ ମଧ୍ୟସ୍ଥି ରଖିଲେ l ବିଚାରରେ ଶଙ୍କର ଗୋଟିଏ ସର୍ତ୍ତ ରଖି କହିଲେ,ମୋ ପାଦଠାରୁ ମସ୍ତକ…

ପ୍ରଥମାଷ୍ଟମୀ

ଆମ ଓଡ଼ିଶା ଏକ ପର୍ବ ବହୁଳ ରାଜ୍ୟ l ଓଡ଼ିଆର ପରମଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଳି ତାର ମଧ୍ୟ ବାର ମାସରେ ତେର ପର୍ବ l ଏହି ପର୍ବମାନଙ୍କ ଭିତରୁ ଗୋଟିଏ ପ୍ରମୁଖପର୍ବ ହେଉଛି ପ୍ରଥମାଷ୍ଟମୀ l ମାର୍ଗଶୀର ମାସର, କୃଷ୍ଣ ପକ୍ଷର, ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ l ଆମର ପ୍ରଚଳିତ…

ବିଷ ଭକ୍ଷିଲେ ଉମାକାନ୍ତ

ଶ୍ରୀମଦ୍ଭାଗବତ ମହାପୁରାଣର କଥା, ଏକଦା ଅସୁର ମାନେ ଅତ୍ୟନ୍ତ ପରାକ୍ରମୀ ହୋଇଉଠିଲେ l ତାଙ୍କର ଚିର ଶତ୍ରୁ ଦେବତା ମାନଙ୍କୁ ଯୁଦ୍ଧରେ ପରାଜିତ କରି ବହୁ ଦେବତାଙ୍କୁ ମାରି ପକାଇଲେ l ଯାଗ ଯଜ୍ଞ ଆଦି କର୍ମ ସବୁ ବିଲୁପ୍ତ ହେବାକୁବସିଲା l ଆପଣା ସୁରକ୍ଷା ପାଇଁ ଦେବତାମାନେ ଚିନ୍ତିତ ହୋଇପଡ଼ିଲେ l…

ଜାନକୀ ସ୍ଵୟଂବର

ଅରଣ୍ୟରେ ରାକ୍ଷସ ମାନଙ୍କରପ୍ରବଳ ଉତ୍ପାତରେ ଋଷି ମୁନି ମାନେ ଯଜ୍ଞ କରି ପାରୁ ନଥାନ୍ତି l ଦିନେ ଋଷି ବିଶ୍ଵାମିତ୍ର ପ୍ରତିକାର ଚିନ୍ତା କରି ଅଯୋଧ୍ୟାରେ ପହଞ୍ଚି ରାଜା ଦଶରଥଙ୍କ ଧନୁର୍ବିଦ୍ୟା ନିପୁଣ ଦୁଇ ପୁତ୍ର ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଘେନି ଆସିଲେ l ଦୁଇ ଭାଇ ଆସି ବିଶ୍ଵାମିତ୍ରଙ୍କ…

ସତଲକ୍ଷ୍ମୀପୁରାଣର ଗାଥା ଓ ବାର୍ତ୍ତା

ମୁନି ପରାଶର ଏବଂ ଦେବର୍ଷି ନାରଦ ଦିନେ ବୁଲି ଆସି ମର୍ତ୍ତ୍ୟରେ ପହଞ୍ଚିଛନ୍ତି ଉତ୍କଳର ଶ୍ରୀଜଗନ୍ନାଥ ଧାମରେ l ସେ ଦିନ ମାର୍ଗଶୀର ମାସର ଗୁରୁବାର ଶୁକ୍ଳ ଦଶମୀ l ଘରେ ଘରେ ଗୃହିଣୀ ମାନେ ସୁଦ୍ଧ ପୂତ ହୋଇ ସୁଦଶାବ୍ରତର ଆୟୋଜନ କରୁଛନ୍ତି l ନାରଦ ଏହା ଦେଖି ପରାଶରଙ୍କୁ ପ୍ରଶ୍ନ କରିଛନ୍ତି ଏ…

ବଗ ପଞ୍ଚକ କଥା

ଧୋବ ଫରଫର ସୁଧାର ପକ୍ଷୀଟିଏ ବଗ l ବଗକୁ ଆମିଷଭୋଜି ପ୍ରାଣୀଟିଏ ବୋଲି ସଭିଏଁ ଜାଣନ୍ତି l ମାଛ ତାହାର ମୁଖ୍ୟ ଆହାର l ମୁଣ୍ଡରେ ବାବାଜୀ ଭଳି ଚୁରକି l ମାଛ ଖାଇ ବାବାଜୀ l ଏଣୁ ଆମିଷ ଭୋଜି ଭଣ୍ଡ ସାଧୁ ସନ୍ନ୍ୟାସୀ ମାନଙ୍କୁ ଆମେ କହି ଥାଉ ବଗୁଲା ଭଗତ l ଆମ ପୁରାଣ ସାହିତ୍ୟରେ କିନ୍ତୁ ଏହି…

ତପସ୍ୱିନୀ ବନ ମାଳତୀ

ଶ୍ରୀ ମହାଦେବ ଦାସ କୃତ ଶ୍ରୀପଦ୍ମପୁରାଣ ଅନ୍ତର୍ଗତ କାର୍ତ୍ତିକ ମାହାତ୍ମ୍ୟର ପଞ୍ଚଦଶ ଅଧ୍ୟାୟର ଏକ ସୁନ୍ଦର ଉପାଖ୍ୟାନ l ଏଥିରେ କୁହା ଯାଇଛି :- ଧାତ୍ରୀ ତୁଳସୀ ବୃକ୍ଷ ବେନି l ତାହାଙ୍କୁ ସଙ୍ଗତରେ ଘେନି ll ବୈକୁଣ୍ଠେ ବିଜେ ଲକ୍ଷ୍ମୀପତି l ଅରଣ୍ୟେ ରହିଲେ ମାଳତୀ ll ବିଷ୍ଣୁ ଆଗମ…

ଭୀଷ୍ମ ପଞ୍ଚକ ବ୍ରତ କଥା

ମହାଭାରତ ଯୁଦ୍ଧରେ ଦଶମ ଦିନରେ କୁରୁକ୍ଷେତ୍ର ରଣଭୂମିରେ ପିତାମହ ଭୀଷ୍ମ, ଅର୍ଜୁନଙ୍କ ବାଣରେ ଧରାଶାୟୀ ହେଲେ l ତାଙ୍କ ଅନୁରୋଧ ରକ୍ଷା କରି ଅର୍ଜୁନ ନିଜ ଅସ୍ତ୍ର ବିଦ୍ୟା ବଳରେ ଏକ ଶରଶଯ୍ୟା ପ୍ରସ୍ତୁତ କରିଦେଲେ l ପିତା ଶାନ୍ତନୁଙ୍କ ଠାରୁ ଇଚ୍ଛା ମୃତ୍ୟୁ ବର ପ୍ରାପ୍ତ ଭୀଷ୍ମ ସେଇଠି ଶୋଇ…

ବିଶ୍ଵଜନନୀ ମାଆ ଜଗଦ୍ଧାତ୍ରୀ

କୋଟି ସୂର୍ଯ୍ୟ ସମ ତେଜମୟୀ ଚତୁର୍ଭୁଜା ଶଙ୍ଖ ଚକ୍ର ଧନୁ, ତୀରଧାରିଣୀ, ସିଂହ ବାହିନୀ ମାଆ ହେଉଛନ୍ତି ଜଗଦ୍ଧାତ୍ରୀ l ସଂମ୍ପୂର୍ଣ୍ଣ ଜଗତକୁ ଧାରଣ କରୁ ଥିବାରୁ ତାଙ୍କ ନାମ ଜଗଦ୍ଧାତ୍ରୀ l ସେ ଜଗତର ପାଳନକର୍ତ୍ତ୍ରୀ ମହିଷାମର୍ଦ୍ଦିନୀ ମାଆ ଦୁର୍ଗାଙ୍କ ଅନ୍ୟ ରୂପ l ମାଆ ଜଗଦ୍ଧାତ୍ରୀଙ୍କ…

ସେ ବ୍ରଜ ନାରୀଙ୍କ ପୟରେ

ଦ୍ଵାପର ଯୁଗର କଥା l ଏକଦା ଦ୍ୱାରାବତୀ ପୁରରେ ଗୋଟିଏ ଅନ୍ତରଙ୍ଗ ଆଳାପରେ ପ୍ରଭୁ ଦ୍ୱାରକାଧୀଶଙ୍କୁ ଅଷ୍ଟପାଟବଂଶୀ ପଚାରିଲେ,'ପ୍ରଭୁ ଆପଣ ତ ଗୋପ ପୁର ଛାଡ଼ି ମଥୁରା ଆସିଲେ,ପୁଣି କଂସନିଧନ ପରେ ସେଠାରୁ ଆସି ଏଠାରେ ମନୋରମ ଦ୍ୱାରିକା ନଗର ନିର୍ମାଣ କଲେ l ଆମ୍ଭମାନଙ୍କୁ ବିବାହ କରି ଆପଣଙ୍କ…