MMDR ଆଇନକୁ ନେଇ ବିଜେଡିର ଆନ୍ଦୋଳନ ତୀବ୍ର, ବିଧାନସଭା ଘେରାଉ

0

ଭୁବନେଶ୍ୱର :MMDR ଆଇନକୁ ନେଇ ବିଜେଡି ଆନ୍ଦୋଳନକୁ ଆହୁରି ତୀବ୍ର କରିଛି। ଆଜି ଏହି ପ୍ରସଙ୍ଗରେ ବିଜେଡି ବିଧାନସଭା ଘେରାଉ କରୁଛି। ଏଥିସହ ବଡ଼ ଧରଣର ପ୍ରତିବାଦ ସଭା ମଧ୍ୟ କରିବାକୁ ଦଳ ପକ୍ଷରୁ କୁହାଯାଇଛି। ବିଜେଡିର ଅଭିଯୋଗ ହେଉଛି, ନୂଆ MMDR ଆଇନ ଦ୍ୱାରା ରାଜ୍ୟର ଖଣି ଓ ଖଣିଜ ସମ୍ପଦ ଉପରେ ଥିବା ଅଧିକାର ପ୍ରଭାବିତ ହେବ। ଏହା ସଂଘୀୟ ବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ଦଳ ଅଭିଯୋଗ କରିଛି।ଏହି ଆଇନକୁ ବିରୋଧ କରି ବିଭିନ୍ନ ଜିଲ୍ଲାରେ ମଧ୍ୟ ପ୍ରତିବାଦ ସଭା କରାଯିବ ବୋଲି ବିଜେଡି କହିଛି। ଅନ୍ୟପକ୍ଷରେ, ରାଜ୍ୟ ସରକାର ଏହି ଆଇନକୁ ନେଇ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Leave A Reply

Your email address will not be published.