ଭବାନୀପାଟଣା:କଳାହାଣ୍ଡି କୋକସରା ସହର ମଧ୍ୟରେ ଆଜି ଅପରାହ୍ନରେ ଏକ ମାଲ ବୋଝେଇ ଟ୍ରକ ଓ ପିକଅପ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ପିକଅପ ଚାଳକ ଙ୍କ ମୃତ୍ୟୁ ଘଟିଛି। ମୃତକ ପାପଡାହାଣ୍ଡି ଗ୍ରାମର ନନ୍ଦ ଭତରା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ବୋରିଗୁମା ରୁ ଭବାନୀପାଟଣା ଆସୁଥିବା ଓଡ଼ି ୧୦ ଭି ୭୦୭୯ ନମ୍ୱର୍ ଥିବା ପିକଅପ ଗାଡି ଏବଂ ଟିଏନ ୫୨ ଏଚ ୨୪୭୭ ନମ୍ୱର୍ ଥିବା ଏକ ମାଲ ବୋଝେଇ ଟ୍ରକ ମଧ୍ୟରେ କୋକସରା ଶିବ ମନ୍ଦିର ଛକରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଯୋଗୁଁ ପିକଅପ ଚାଳକ ଏବଂ ହେଲ୍ପର ଗାଡି ମଧ୍ୟରେ ଫସି ରହିଥିଲେ। ସ୍ଥାନୀୟ ଯୁବକ , ପୋଲିସ ଓ ଅଗ୍ନିଶମ କର୍ମଚାରୀ ମାନେ ମିଶି ଗାଡି ଭିତରୁ ଚାଳକ ଓ ହେଲ୍ପର କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଚାଳକ କୁ ମୃତ ଘୋଷଣା କରିଥିବା ବେଳେ ହେଲ୍ପର ବୋରିଗୁମା କଶାଗୁଡ଼ା ଗାଁ ର ମଙ୍ଗଳୁ ମୁଦୁଲି କୁ ସଙ୍କଟାପନ୍ନ ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କୋକସରା ପୁଲିସ ଉଭୟ ଗାଡି କୁ ଜବତ କରି ଟ୍ରକ୍ ଚାଳକକୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଥାନାଧିକାରି ଡମ୍ବରୁ ଧର ଭର୍ତିଆ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.