Browsing Category

କବିତା

ନମସ୍ତେ ମାତା ପଦ୍ମାଳୟା

ନମସ୍ତେ ମାତା ପଦ୍ମାଳୟା l ଜଗଜ୍ଜନନୀ ବିଷ୍ଣୁ ଜାୟା ll ପଦ୍ମିନୀ ପଦ୍ମା ପଦ୍ମଗନ୍ଧା l ଜଗତ ତୋର ପଦେ ଛନ୍ଦା ll ଚାରୁ ହାସିନୀ ଚନ୍ଦ୍ର ମୁଖୀ l ସ୍ମରଣେ ଦୁଃଖ ଯାଏ ସୁଖି ll ପିତା ତୋହର ରତ୍ନାକର l ତୁ ଅଟୁ ରତନ ଭଣ୍ଡାର ll ପଦ୍ମ ଆସନୀ ପଦ୍ମାନନୀ l ଶ୍ୱେତ ଅମ୍ବରୀ ନାରାୟଣୀ ll…

ଶୀର୍ଷକ :- {ନିର୍ମମ ସତ୍ୟ}

ନିର୍ଜନ ଏ ନିସ୍ତବ୍ଧ ରାତ୍ରିର କରାଳରେ କ୍ଷୁବ୍ଧ ପ୍ରାୟ ଏ ବିଦୀର୍ଣ୍ଣ ହୃଦୟ , ବିମୂଢ଼ ଏ ମନ ଲୁବ୍ଧ ପ୍ରାୟେ ଅତର୍କିତେ, ଧାଇଁଯାଏ ସର୍ବଦା ଅପ୍ରତ୍ୟାଶିତ ଭବିଷ୍ୟତ ନିମନ୍ତେ।। ସ୍ବପ୍ନ କହେ ............. ଭୟ କର ନା ମୁଁ ସତ୍ୟଭଳି ନିଷ୍ଠୁର ନୁହେଁ, ପାରିବି ଗଢି ତୁମ ଭାବନାର…

ସୂର୍ଯ୍ୟ ନମସ୍କାର

ନମଃ ନମଃ ଏକଚକ୍ର ରଥ ଯାହାଙ୍କର l ସପ୍ତାଶ୍ୱ ବାହନେ ବିଶ୍ୱ ଚକ୍ଷୁ ନମସ୍କାର ll ଅଦିତିଙ୍କ ସୂତ ପ୍ରଭୁ ହେ ଦେବ ଆଦିତ୍ୟ l ଉଦୟେ ତବ ପ୍ରକାଶେ ସୁନ୍ଦର ପ୍ରଭାତ ll ନମସ୍ତେ ନମସ୍ତେ ନମଃ ଦେବ ଦିବାକର l ନମଃ ପ୍ରଭାମୟ ନମଃ ନମଃ ପ୍ରଭାକର ll ନମଃ ନମଃ ଦିନମଣି ଭାସ୍କରାୟ ନମଃ l ଯମୁନା…

ନାମ ମୋହର ଧରମା

ବିଶ୍ଵକର୍ମା କୁଳେ ଜନମ ମୋହର ନାମ ମୋହର ଧରମା l ହାତେ ଧରି ଅଛି ନିହାଣ ମୁଗୁର ମୁଁ ଅଟେ ବିଚିତ୍ର କର୍ମା ll ଜନନୀ ଜଠରୁ ଜନମ ଲଭିଲି ବାପ ମୁଖ ଦେଖି ନାହିଁ l ଘରପୋଥି ପଢ଼ି ବିଦ୍ୟା ସାଧିଅଛି ବିଶ୍ଵ କରମାଙ୍କୁ ଧ୍ୟାୟୀ ll ଆହେ ଶିଳ୍ପୀକୁଳ ନହୁଅ ବିକଳ କିମ୍ପା ଯିବ ତୁମ ମଥା l…

ବରଷା ଆସିଲା

. ସନାତନ ମହାକୁଡ଼ ଗ୍ରୀଷମ ଗଲା ବରଷା ହେଲା ବହେ ଶୀତଳ ବାଆ ଧରଣୀ ରାଣୀ ହସି ଉଠିଲା ନଈରେ ଚାଲେ ନାଆ । କୋଇଲି ନାନୀ ତା’ ସ୍ଵର ଛାଡ଼ି କୁଆଡ଼େ ଲୁଚିଲାଣି ବଗବଗୁଲି ସାଗର ଛାଡ଼ି ଗହୀରେ ବସିଲେଣି । ବେଙ୍ଗ ବେଙ୍ଗୁଲୀ ଗାତରେ ଥାଇ ଡାକିଲେ କେଁ କଟର ଦି କୂଳ…

ରାଧା ବନମାଳୀ 

============ ବରଜ ବଧୂ ସରବେ ଧରି ଅର୍ଘ୍ୟ ଥାଳି l ଆନନ୍ଦେ ବନ୍ଦାଅ ବନ୍ଧୁ ରାଧାବନମାଳୀ ll ଗଳେ ଦିଅ ବନମାଳା କେତକୀ ନିଆଳି l ଶିରରେ ତୁଳସୀ କଣ୍ଠେ ଗୁଞ୍ଜରୁଞ୍ଜ ମାଳି ll ବରଜ ବନ୍ଧୁଙ୍କୁ ବନ ବେଶେ କରି ସାଜ l ହୁଳ ହୁଳି ଦିଅ ସର୍ବେ ନାଗରୀ ସମାଜ ll…

ପ୍ରଣମାମୀ ମହାଯୋଗୀ

============== ପ୍ରଣମାମୀ ସନ୍ଥ ଜ୍ଞାନେଶ୍ବର ମହାଯୋଗୀ l ପ୍ରଣମାମୀ ବିଶ୍ୱଗୁରୁ ବିଭୁ ନାମ ଭୋଗୀ ll ଈଶ୍ୱର ପ୍ରେରିତେ ଆବିର୍ଭୁତ ଅଭିପ୍ରେତ l ମାନବକଲ୍ୟାଣେ ତଵ ବାଣୀ ପ୍ରଚାରିତ ll ତୁମ୍ଭ ଦିଗ୍ଦର୍ଶନକୁ ସାଧି ଇତର ପରାଣୀ l ଅତି ମାନବ ସମ୍ଭବ ଏହା ତୁମ୍ଭ…

ମୁକ୍ତିର ଆନନ୍ଦ

========== କାରା ବାସୁ ମୁକ୍ତି ଲଭି ଯୁଦ୍ଧ ବନ୍ଦୀ ଜଣେ l ଫେରିଯାଉଥିଲେ ଘରେ ହରଷିତ ମନେ ll ମନରେ ସୁଖସ୍ବପନ ଆସି କେତେ କେତେ l ଅବିରତେ ଆନନ୍ଦର ଅଶ୍ରୁ ବହେ ନେତ୍ରେ ll ଘରେ ପତ୍ନୀ ରହିଛନ୍ତି କେତେ ଦିନୁ ଚାହିଁ l ପୁଅ, ଝିଅ,ସାଥି,ବନ୍ଧୁ, ସହୋଦର ଭାଇ…

ସାରେ ଯହାଁ ସେ ଅଚ୍ଛା

     ============= ବିଧାତା ସୃଜିଲେ ଏ ଧରଣୀ ବକ୍ଷେ      ଯେତୋଟି ମନୁଷ୍ୟ ବାସ l ସବୁଠୁ ସୁନ୍ଦର ତା ମଧ୍ୟେ ମୋହର       ଦେଶ ଏ ଭାରତ ବର୍ଷ ll ଦେବତା ଇଚ୍ଛନ୍ତି ଜନମ ନେବାକୁ       ପୂତ ଭୂମି ଏ ଭାରତେ l ଶୁଭ୍ର ଶୈଳଶ୍ରେଣୀ ହିମାଳୟ ଯାର       ଶିରେ ମୁକୁଟ ପ୍ରକଟେ ll…

ନମସ୍ତେ ପଦ୍ମିନୀ ମାଆ 

============== ନମସ୍ତେ ନମସ୍ତେ ମାଆ ସାଗର ଦୁଲଣୀ l ନମସ୍ତେ ନମସ୍ତେ ମାତ ବିଶ୍ଵଠାକୁରାଣୀ ll ନମସ୍ତେ ନମସ୍ତେ ମାତ ବୈକୁଣ୍ଠବିଳାସୀ l ବିଷ୍ଣୁବାମା ବିଷ୍ଣୁଅଙ୍ଗେ ବିଷ୍ଣୁଙ୍କ ପ୍ରେୟସୀ ll ନମସ୍ତେ ପଦ୍ମିନୀ ମାଆ ଶ୍ୱେତପଦ୍ମାସନୀ l ଶଙ୍ଖ ଚକ୍ର ହସ୍ତେ…