ପ୍ରଣମାମୀ ମହାଯୋଗୀ

 

==============

ପ୍ରଣମାମୀ ସନ୍ଥ ଜ୍ଞାନେଶ୍ବର ମହାଯୋଗୀ l

ପ୍ରଣମାମୀ ବିଶ୍ୱଗୁରୁ ବିଭୁ ନାମ ଭୋଗୀ ll

ଈଶ୍ୱର ପ୍ରେରିତେ ଆବିର୍ଭୁତ ଅଭିପ୍ରେତ l

ମାନବକଲ୍ୟାଣେ ତଵ ବାଣୀ ପ୍ରଚାରିତ ll

ତୁମ୍ଭ ଦିଗ୍ଦର୍ଶନକୁ ସାଧି ଇତର ପରାଣୀ l

ଅତି ମାନବ ସମ୍ଭବ ଏହା ତୁମ୍ଭ ବାଣୀ ll

କୋଟିଜନ୍ମ ଭ୍ରମିଭ୍ରମି ଜୀବ ନାନା ଯୋନି l

ମାନବ ଜନ୍ମ ଲଭିଲ କଲ୍ୟାଣେ ମେଦିନୀ ll

ଏ ଜନ୍ମେ ମନୁଷ୍ୟ ତୁମ୍ଭେ ହୁଅ ନାହିଁ ଭ୍ରମ l

ବୃଥାରେ ବ୍ୟର୍ଥ ନ କର ଦୁର୍ଲଭ ଜନମ ll

ଦିବ୍ୟ ଦର୍ଶନରେ ଲଭି ଈଶ୍ଵରାନୁଭୂତି l

ଧରା ଧାମେ ବାଣ୍ଟିଗଲ ଵିଭୂଙ୍କ ବିଭୁତି ll

ତୁମ୍ଭ ଦର୍ଶନରେ ଥାଇ ଦିବ୍ୟ ଗୂଢ଼ତତ୍ତ୍ୱ l

ମାନବର ଉତ୍ତରଣ ଜ୍ଞାନୀ ଜନ ମତ ll

ଆଶ୍ରମ ତୁମ୍ଭର ଦିବ୍ୟ ଧାମ ପଣ୍ଡିଚେରୀ l

ବିଶ୍ୱରୁ ଛୁଟନ୍ତି ଜ୍ଞାନୀ ଜ୍ଞାନ ଅନୁସରୀ ll

ଅତି ମାନସ ଯୋଗର ଶୁଣି ତତ୍ତ୍ୱ ବାଣୀ l

ଆଲଫାସା ଶ୍ରୀମା’ ହେଲେ ମହତିଯୋଗିନୀ ll

ଅରୋଭିଲ ବିଶ୍ୱେ ଅଟେ ଭ୍ରାତୃତ୍ୱ ମନ୍ଦିର l

ଭ୍ରାତୃତ୍ୱ ସହାବସ୍ଥାନର କରୁଛି ପ୍ରଚାର ll

ଅବତାରୀ ପୂତ କଲ ଏ ସାରା ଅବନୀ l

ନମଃ ମହାଯୋଗୀଶ୍ୱର ପରଂବ୍ରହ୍ମଜ୍ଞାନୀ ll

🙏🙏🙏

ଅର୍ଜୁନୀ

—————–

ଅର୍ଜୁନୀ ଚରଣ ବେହେରା

ମୋ -7693091971

Comments are closed.