ଶରତ ଆସିଛି

ଅର୍ଜୁନୀ ଚରଣ ବେହେରା

0

ଶରତ ଆସିଛି
==========
ବର୍ଷାରେ ଆଷାଢ଼ ଶ୍ରାବଣ l
ମେଘ ବର୍ଷିଲା ଘନ ଘନ ll
ଏବେ ବରଷା କାଳ ଗଲା l
ଶରତ ଋତୁ ପ୍ରକାଶିଲା ll
ହରିତ ମହୀ ମନ ହରେ l
ନିର୍ମଳ ଶୋଭା ଜଗତରେ ll
ନିର୍ମଳ ସରସୀର ଜଳ l
ଫୁଟିଲେ କୁମୁଦ କମଳ ll
କାଶତଣ୍ଡିରେ ହୋଇ ମଣ୍ଡି l
ସୁନ୍ଦର ଦିଶେ ପଠା ଦଣ୍ଡୀ ll
ସଣ ପୁଷ୍ପରେ କ୍ଷେତ ଶୋଭେ l
ତୁଳା ବାଦଲ ଶୋଭା ନଭେ ll
ଅଗସ୍ତି ନକ୍ଷତ୍ର ଉଜ୍ଜ୍ବଳ l
ହରିଲେ ଜଳୁ ପଙ୍କ ମଳ ll
ଆନନ୍ଦେ ଗାଅ ହରି ହରି l
ଫୁଟିଲେ ଅଗସ୍ତି ମଞ୍ଜରୀ ll
ନିର୍ମଳ ଚନ୍ଦ୍ରକୁ ନିରେଖି l
ଦୁଃଖି ହୋଇଲେ ଚକ୍ରବାକୀ ll
ଆଦ୍ୟ ଶରତ ଭାଦରବ l
ଜନ୍ମିଲେ ପ୍ରଭୁ ବଳଦେବ ll
ଜନ୍ମାଷ୍ଟମୀରେ ଜନ୍ମ ହେଲେ l
ଗୋବିନ୍ଦ ଗୋପକୁ ଚଳିଲେ ll
ମଙ୍ଗଳା ପୂଜି ପାଞ୍ଚ ପାଳି l
ଶୁଖେ ଭ୍ରମନ୍ତି ଗ୍ରାମ୍ୟବାଳୀ ll
ପୂଜା ହୋଇଲେ ଗଜାନନ l
ସେ ବିଦ୍ୟାଦାତା ଭଗବାନ ll
ନୂଆ ଖାଇଲେ ସମଲେଇ l
ଆନନ୍ଦେ ନାଚେ ଚଷା ଭାଇ ll
ଆଶ୍ୱିନେ ଦେବୀ ମହାମାୟୀ l
ଧରାକୁ ଆସିଲେ ଓହ୍ଲାଇ ll
ସନ୍ତାନେ କରି କୋଳାକୋଳି l
ସ୍ଵଧାମେ ମାଆ ଗଲେ ଚଳି ll
ଶରତ କାଳ ଏବେ ଗଲା l
ହେମନ୍ତ ଋତୁ ପ୍ରବେଶିଲା ll
ରାତିରେ ପଡ଼ିଲା ଶିଶିର l
ଈଶ୍ୱର ମହିମା ଅପାର ll
ପ୍ରାଣୀଙ୍କ ମଙ୍ଗଳର ହେତୁ l
ସୃଜିଲେ ପ୍ରଭୋ ଷଢ଼ଋତୁ ll
ଅପୂର୍ବ ବିନ୍ଧାଣି ବିଶ୍ଵର l
ତାହାଙ୍କୁ ମୋର ନମସ୍କାର ll
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Leave A Reply

Your email address will not be published.