ଶୀର୍ଷକ //
(ସଵାରୀ )
ସଵାରୀ ଵାଲା ରେ ସଵାରୀ ଵାଲା
ତୋ ପାଦର ଗତି ସଅଳ ଚଲା
ବାପ ଘରୁ କେତେ ଲୁହ ଗଡେଇ
ଝିଅଟି ଆସିଛି ମୋହରି ପାଇଁ……..!
ଭାଇ,ବନ୍ଧୁ, ସାଥେ ମନକୁ ନେଇ
ଆସିଥିଲି ମୋର କନିଆ ପାଇଁ
ବେଗି ବେଗି ଚାଲ ସଵାରୀ ଭାଇ
ମୋ ଘର ଲକ୍ଷ୍ମୀ ଙ୍କୁ କାନ୍ଧରେ ବୋହି………!
କୁଆଁରୀ ଝିଅର ଖେଳ ସରିଲା
ସୁନ୍ଦରୀ ବଧୂ କୁ ନିଜର କଲା
ବାପ ଘରୁ ଝିଅ ଅଲଗା କରି
ସଵାରୀ ଫୁଲେଇ ହଉଛି ଭାରି……..!
ନୂଆ ବୋହୁ ଟୀଏ ସଵାରୀ ଫାଙ୍କେ
ଲୁଚି ଲୁଚି ଦେଖି ନଜର ଢାଙ୍କେ
ଦେଖିଦେଲେ ଥରେ ସ୍ୱାମୀ ର ମୁଁହ
ଲାଜରେ ଲାଜରେ ଝାଉଁଳେ ଝିଅ…….!
ଗାଁ ଦାଣ୍ଡ ଦେଇ ସଵାରୀ ଗଲେ
ମନ୍ଦିର ଠୁ ନଈ ଝିଅ କୁ ଘୁରେ
ସଭିଙ୍କ ଆଖିରୁ ଲୁହ ବରଷେ
ସଵାରୀ ଝିଅ କୁ ବୋହିକି ହସେ……..!
ଅଭପ୍ସା ଧଳ
କେନ୍ଦ୍ରାପଡ଼ା (ତୁଳସୀ କ୍ଷେତ୍ର )