ଚନ୍ଦ୍ରାୟନ-୩ ପ୍ରକଳ୍ପର ସଫଳତା: ଚର୍ଚ୍ଚାରେ ମାଲକାନଗିରିର ଯୁବ ବୈଜ୍ଞାନିକ

ମାଲକାନଗିରି: ଉପାନ୍ତ ଅଞ୍ଚଳର ଶିକ୍ଷକଙ୍କ ପୁଅ ଇସ୍ରୋ ବୈଜ୍ଞାନିକ। ଚନ୍ଦ୍ରାୟନ-୩ ପ୍ରକଳ୍ପରେ ଗୁରୁତ୍ବପୂର୍ଣ୍ଣ ଭୁମିକା ନିର୍ବାହ କରିଛନ୍ତି ମାଲକାନଗିରିର ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲଦାର। ଜୟନ୍ତ କେରଳ ତିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ୍ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଥିବା ବେଳେ ଚନ୍ଦ୍ରାୟନ ୩ ପ୍ରକଳ୍ପରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ମାଲକାନଗିରି ଜିଲ୍ଲାରେ ତାଙ୍କ ସ୍ବର୍ଗୀୟ ବାପା ଜୟଦେବ ହାଲଦାର ଶିକ୍ଷକତା କରୁଥିଲେ। କୋରାପୁଟ ଜବାହାର ନବୋଦୟ ବିଦ୍ୟାଳୟରେ ପାଠ ପଢି ଆଆଇଏସଟି ଅନୁଷ୍ଠାନରେ ଏଇରୋସ୍ପେସ ଇଂଜିନିୟରିଂ କରିବା ଲାଗି ଜୟନ୍ତ ସୁଯୋଗ ପାଇଥିଲେ। ୨୦୧୨ରେ ଏଇରୋସ୍ପେସ ଇଂଜିନିୟରିଂ ଶେଷ କରିବା ପରେ ସେ ଇସ୍ରୋରେ ଯୁବ ବୈଜ୍ଞାନିକ ଭାବେ କାମ କରୁଥିଲେ। ଚନ୍ଦ୍ରାୟନ ୩ ପ୍ରକଳ୍ପ ଲାଗି ଜୟନ୍ତଙ୍କ ଟିମ୍ ପ୍ରୋପେଲର ଓ୍ବିଂଗର ମେକାନିକ୍ସ ଡିଭିଜନରେ ଦିନରାତି କାମ କରି ସଫଳତା ହାସଲ କରି ଥିଲେ। ଜୟନ୍ତ ବିବାହିତ। ସେ ସଂପ୍ରତି ତିରୁଅନନ୍ତପୁରମରେ ରହୁଛନ୍ତି।

Comments are closed.