ଭୁବନେଶ୍ବର:ଆସନ୍ତା ୨୦୨୭ ମସିହାରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା କଡ଼ା ସୁରକ୍ଷା ବଳୟ ମଧ୍ୟରେ ହେବ । ପରୀକ୍ଷାକୁ ସ୍ୱଚ୍ଛ କରିବାକୁ ପ୍ରତିଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବ । ଯେଉଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗି ନ ଥିବା, ସେ କଲେଜ ଗୁଡିକୁ ପରୀକ୍ଷା କେନ୍ଦ୍ର ତାଲିକାରୁ ବାଦ୍ ଦିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚଏସସି ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଏହି ମର୍ମରେ ଚିଠି ଲେଖା ଯାଇଛି । ସିସିଟିଭି ଲଗାଇବା ପାଇଁ ଶେଷ ତାରିଖ ଆସନ୍ତା ନଭେମ୍ବର ୩୦ ତାରିଖ ଧାର୍ଯ୍ୟ ହୋଇଛି । ଯେଉଁ କଲେଜଗୁଡିକ ଏହି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସିସିଟିଭି ଲଗାଇବେ ନାହିଁ, ସେମାନଙ୍କ ପରୀକ୍ଷା କେନ୍ଦ୍ର ବାତିଲ କରିଦିଆଯିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏଚଏସସି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.