ଗଜପତି : ବ୍ଲାଷ୍ଟିଂ ବେଳେ ମାମୁ ଭଣଜାଙ୍କ ଉପରେ ପଡ଼ିଗଲା ବଡ଼ ପଥର। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। ଘଟଣା ଘଟିଛି ଗଜପତି ଜିଲ୍ଲା ବନ୍ଧାଗୁଡ଼ାରେ।ସେମାନେ ହେଲେ ରମ୍ଭା ନିକଟସ୍ଥ ଝାରେଡି ଗାଁର ନାରାୟଣ ନାହାକ ଓ ମଧୁରଚୁଆ ଗାଁର ବିଷ୍ଣୁ ନାହାକ।ଗତ କିଛି ଦିନ ହେଲା ବନ୍ଧାଗୁଡ଼ା ଗାଁ ନିକଟରେ ଥିବା ପଥର କୁଆଁରିରେ ବ୍ଲାଷ୍ଟିଂ କରାଯାଉଛି। ଗତକାଲି ସନ୍ଧ୍ୟା ସମୟରେ ମଧ୍ୟ ପଥର ବ୍ଲାଷ୍ଟିଂ କରାଯାଉଥିଲା। ଦୁହେଁ ମାମୁ ଭଣଜା ସେଠାରେ ଠିଆ ହୋଇଥିଲେ। ହଠାତ୍ ସେମାନଙ୍କ ଉପରେ ବଡ଼ ପଥର ପଡ଼ିଯାଇଥିଲା। ଦୁହେଁ ପଥର ତଳେ ଚାପି ହୋଇ ରହି ଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି। ଉଭୟଙ୍କର ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଛି। ପଥର ତଳେ ଚାପି ହୋଇ ରହିଥିବା ମୃତଦେହକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ମୃତଦେହକୁ ଉଦ୍ଧାର କରିବା ପାଇଁ ଜେସିବି ନିୟୋଜିତ କରାଯାଇଛି। ସୂଚନାଯୋଗ୍ୟ, ନାରାୟଣ ଓ ମଧୁରଚୁଆ ଉଭୟ ଶ୍ରମିକ ଭାବେ କାମ କରୁଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.