ସୂର୍ଯ୍ୟ ନମସ୍କାର

ଅର୍ଜୁନୀ ଚରଣ ବେହେରା

ନମଃ ନମଃ ଏକଚକ୍ର ରଥ ଯାହାଙ୍କର l
ସପ୍ତାଶ୍ୱ ବାହନେ ବିଶ୍ୱ ଚକ୍ଷୁ ନମସ୍କାର ll
ଅଦିତିଙ୍କ ସୂତ ପ୍ରଭୁ ହେ ଦେବ ଆଦିତ୍ୟ l
ଉଦୟେ ତବ ପ୍ରକାଶେ ସୁନ୍ଦର ପ୍ରଭାତ ll
ନମସ୍ତେ ନମସ୍ତେ ନମଃ ଦେବ ଦିବାକର l
ନମଃ ପ୍ରଭାମୟ ନମଃ ନମଃ ପ୍ରଭାକର ll
ନମଃ ନମଃ ଦିନମଣି ଭାସ୍କରାୟ ନମଃ l
ଯମୁନା ଯାଙ୍କ ବନିତା, ସୂତ ଯାର ଯମ ll
ନମସ୍ତେ ନମସ୍ତେ ପ୍ରଭୁ ଦେବ ସହସ୍ରାଂଶୁ l
ଦିନକର, ହରିଦାଶ୍ଵ ଜ୍ୟୋତି ପରକାଶୁ ll
ନମସ୍ତେ ନମସ୍ତେ ନମଃ ଦେବ ବିବସ୍ୱାନ l
ତପନକୁଳେ ଜନମ ତ୍ରେତୟାରେ ରାମ ll
ନମସ୍ତେ ନମସ୍ତେ ନମଃ ପ୍ରଭୁ ଛାୟାକାନ୍ତ l
ନିଶି ନାଶ ଗଲା ଏବେ ନବୀନ ପ୍ରଭାତ ll
ବିଶ୍ଵ ସ୍ରଷ୍ଟା, ବିଶ୍ଵ ଦ୍ରଷ୍ଟା ହେ ବିଶ୍ୱ ଆଧାର l
ସୁର୍ଯ୍ୟନାରାୟଣ ଘେନ ପ୍ରାତଃ ନମସ୍କାର ll
🙏🙏🙏
ଅର୍ଜୁନୀ
——————
ଅର୍ଜୁନୀ ଚରଣ ବେହେରା

Comments are closed.