ମା’ଙ୍କ ବିନା ମୋଦୀଙ୍କ ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ୭୩ତମ ଜନ୍ମଦିବସ ପାଳନ କରିଛନ୍ତି। ସାରା ଭାରତର ବିଜେପି ଶାଖାଗୁଡ଼ିକ ତାଙ୍କର ଜନ୍ମଦିନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିବାକୁ ବିଭିନ୍ନ କ‌ାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି,

ଚଳିତ ଜନ୍ମଦିନରେ ଲୋକଙ୍କ ଶୁଭକାମନାକୁ ହସିହସି ଗ୍ରହଣ କରୁଥିବା ବେଳେ ମନେମନେ ମୋଦୀ ମା’ଙ୍କୁ ଝରୁଛନ୍ତି ବୋଲି ତାଙ୍କ ଚେହେରାରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି। କାରଣ ଗତ ୯ବର୍ଷ ମଧ୍ୟରେ ପ୍ରତିଟି ଜନ୍ମଦିନରେ ମୋଦୀ ମା’ଙ୍କ ପାଖରେ ରହିଥାଆନ୍ତି। ମା’ଙ୍କ ଠାରୁ ଆର୍ଶୀବାଦ ପାଇଗଲେ ସେ ଜନ୍ମଦିନର ଉପହାର ପାଇ ଯାଇଥାଆନ୍ତି ବୋଲି ଅନେକ କାର୍ଯ୍ୟକ୍ରମରେ କହିଛନ୍ତି। ଜନ୍ମଦିନରେ ମୋଦୀ ଯଦି ମା’ଙ୍କ ପାଖକୁ ଯାଇ ନପାରିଲେ ହୀରାବା ମୋଦୀ ଦେଖା କରିବାକୁ ପୁଅ ପାଖକୁ ଚାଲି ଆସିଥାଆନ୍ତି। ଏଥର ଏମିତି କିଛି ଆଉ ଦେଖିବାକୁ ମିଳିବ ନାହିଁ। ମା’ଙ୍କ ବିନା ମୋଦୀଙ୍କୁ ଜନ୍ମଦିନ ପାଳନ କରିବାକୁ ହେବ।

ଭାରତ ସ୍ବାଧୀନତା ପାଇବାର ତିନିବର୍ଷ ପରେ ଏବଂ ସାଧାରଣତନ୍ତ୍ରରେ ପରିଣତ ହେବାର କିଛି ମାସ ପୂର୍ବରୁ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ପିତା ଦାମୋଦରଦାସ ମୋଦୀ ଓ ମାତା ହୀରାବା ମୋଦୀଙ୍କ ଷଷ୍ଠ ସନ୍ତାନରୂପେ ନରେନ୍ଦ୍ର ମୋଦୀ ଜନ୍ମଗ୍ରହଣ କରିଥିଲେ। ମା’ ହୀରାବା ମୋଦୀ ଜଣେ ପ୍ରଧାନମନ୍ତ୍ରୀଙ୍କ ମା’ ହେବା ସତ୍ତ୍ବେ ତାଙ୍କ ସ୍ବଭାବ ଅତି ନମ୍ର ରହିଥାଏ। ସେ ୨୦୧୬ରେ ମୋଦୀଙ୍କ ଆବାସକୁ ଆସିଥିଲେ । ଏଠାରେ କିଛିଦିନ ରହିବା ପରେ ପୁଣି ନିଜର ସାଧାରଣ କୋଠାକୁ ଚାଲି ଯାଇଥିଲେ ହୀରାବା ମୋଦୀ।

Comments are closed.