ଭୁବନେଶ୍ୱର: ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା, ଆଉ ସେହି ଲୀଳାକୁ ଅକ୍ଷର ରୂପ ଦେଇଛନ୍ତି ଯୁବ ଲେଖକ ଅମରନାଥ ବାରିକ୍ । ତାଙ୍କ ଦ୍ୱାରା ଲିଖିତ ନୂଆ ଓଡ଼ିଆ ପୁସ୍ତକ ‘ହେ ଈଶ୍ଵର’ ଅତି ନିକଟରେ ଆନୁଷ୍ଠାନିକ ଭାବେ ଲୋକାର୍ପିତ ହେବାକୁ ଯାଉଛି । ଏଥିରେ ଚଉବନଟି ଭକ୍ତି କବିତା ରହିଥିଲା ବେଳେ ସାରସ୍ୱତ ସାଧକ ଶ୍ରୀଯୁକ୍ତ ବିଶ୍ୱେଶ୍ୱର ମାଝୀ ଅଭିମତ ରଖିଛନ୍ତି । କବି ତାଙ୍କ ପିତାମାତାଙ୍କୁ ଏହି ପୁସ୍ତକଟି ଉତ୍ସର୍ଗ କରିଥିବାର ପ୍ରମାଣ ରହିଛି । ଏହି ପୁସ୍ତକଟି ମୁଖ୍ୟତଃ ଆଧ୍ୟାତ୍ମିକ ଚେତନା ଏବଂ ସାମ୍ପ୍ରତିକ ପାରିବାରିକ ଜୀବନର ଏକ ସୁନ୍ଦର ସମନ୍ୱୟ । ଜୀବନର ସୁଖ-ଦୁଃଖ ମଧ୍ୟରେ କେମିତି ଈଶ୍ଵର ବିଶ୍ୱାସ ମଣିଷକୁ ବାଟ ଦେଖାଏ, ତାହା ଏହି ବହିରେ ସରଳ ଭାଷାରେ ବର୍ଣ୍ଣନା କରାଯାଇଛି । ପୁସ୍ତକର ମୁଖ୍ୟ ପୃଷ୍ଠାରେ ଈଶ୍ୱରଙ୍କ ଫଟ ଏବଂ ପଛପଟେ ଲେଖକଙ୍କ ଫଟୋ ପାଠକମାନଙ୍କୁ ବିଶେଷ ଭାବେ ଆକର୍ଷିତ କରିବ । ଆଜିର ବ୍ୟସ୍ତବହୁଳ ଜୀବନରେ ଏହିଭଳି ବହି ମଣିଷ ମନକୁ ଶାନ୍ତି ଦେବାରେ ସହାୟକ ହେବ । ଏବଂ ପୁସ୍ତକଟିର ବହୁଳ ପ୍ରସାର ଓ ସାରସ୍ୱତ ସଫଳତା କାମନା କରି ଆମେ ଲେଖକଙ୍କୁ ସାଧୁବାଦ ଜଣାଉଛୁ । ବହିର ନାମ “ହେ ଈଶ୍ଵର” । ଏହାର ମୂଲ୍ୟ ମାତ୍ର ୧୫୦ ଟଙ୍କା ରହିଛି । ଏହା ୧୦୬ ପୃଷ୍ଠା ବିଶିଷ୍ଟ ଭକ୍ତି ସଙ୍କଳନ ଅଟେ । ଏବଂ ଏଥିରେ ଜଗନ୍ନାଥ ସଂସ୍କୃତି, ଭଗବାନଙ୍କ ପ୍ରତି ମଣିଷର ସମର୍ପଣ ଓ ଜୀବନର କିଛି ଆଧ୍ୟାତ୍ମିକ ଅନୁଭୂତି ସ୍ଥାନିତ ହୋଇଛି । ପ୍ରଚ୍ଛଦପଟର ସମ୍ମୁଖରେ ଈଶ୍ୱରଙ୍କର ଫଟୋ ରହିଛି । ଏହା ଦର୍ଶାଉଛି ଯେ ବହିଟି ପାରିବାରିକ ମୂଲ୍ୟବୋଧ, ସଂସାର ମଧ୍ୟରେ ରହି ଭଗବତ ବିଶ୍ୱାସ, ଏବଂ ମହାପ୍ରଭୁଙ୍କ କୃପାକୁ ନେଇ ଲେଖାଯାଇଛି । ଏହା ଓଡ଼ିଆ ସାହିତ୍ୟରେ ଏକ ଆବେଗପୂର୍ଣ୍ଣ ଏବଂ ଶ୍ରଦ୍ଧାପୂର୍ଣ୍ଣ ସୃଷ୍ଟି କରିବ ।
Comments are closed.