ନାମ ମୋହର ଧରମା

ଅର୍ଜୁନୀ ଚରଣ ବେହେରା

ବିଶ୍ଵକର୍ମା କୁଳେ ଜନମ ମୋହର
ନାମ ମୋହର ଧରମା l
ହାତେ ଧରି ଅଛି ନିହାଣ ମୁଗୁର
ମୁଁ ଅଟେ ବିଚିତ୍ର କର୍ମା ll
ଜନନୀ ଜଠରୁ ଜନମ ଲଭିଲି
ବାପ ମୁଖ ଦେଖି ନାହିଁ l
ଘରପୋଥି ପଢ଼ି ବିଦ୍ୟା ସାଧିଅଛି
ବିଶ୍ଵ କରମାଙ୍କୁ ଧ୍ୟାୟୀ ll
ଆହେ ଶିଳ୍ପୀକୁଳ ନହୁଅ ବିକଳ
କିମ୍ପା ଯିବ ତୁମ ମଥା l
ମାରିବି ମୁଁ ଚୂଳ ଅରକ ଦେଉଳ
ଦେଉଅଛି ନିଅ କଥା ll
ମାଆ ମୁଖୁ ଶୁଣି ଅଇଲି ଏ କ୍ଷଣି
ଶିଳ୍ପୀକୁଳ ଯିବେ ବୁଡ଼ି l
ରାତି ନପାହୁଣୁ ମୁଣ୍ଡି ନମରିଲେ
ମଥା ଯିବ ତାଙ୍କ ଛିଡ଼ି ll
ଥାଉଁ ଥାଉଁ ମୁହିଁ ମରିବେ କିମ୍ପାଇଁ
ମୋର ଜାତିକୁଳ ଭାଇ l
ଦେଖ ଦେଖ ଦେଖ ସର୍ଵ ଜାତିଭାଇ
ଚୂଳ ଦେଉଛି ବସାଇ ll
ଧନ୍ୟରେ ଧରମା ତୁହି ବିଶ୍ଵକର୍ମା
କଥା ରହିଗଲା କାଳେ l
ସୁନ୍ଦର ଦେଉଳ କୋଣାରକେ ଉଭା
ଏ ପୁଣ୍ୟ ଭୂମି ଉତ୍କଳେ ll
ସୂଚୀ ମୁନେ ଗଢ଼ା ଲିଙ୍ଗରାଜେ ଛିଡ଼ା
ଶିଳ୍ପୀ କୁଳର ଗାରିମା l
ନମଃ ହେ ଆଦିତ୍ୟ ନମଃ ଜଗନ୍ନାଥ
ନମଃ ନମଃ ବିଶ୍ଵକର୍ମା ll
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.