ବରଷା ଆସିଲା

. ସନାତନ ମହାକୁଡ଼

ଗ୍ରୀଷମ ଗଲା ବରଷା ହେଲା

ବହେ ଶୀତଳ ବାଆ

ଧରଣୀ ରାଣୀ ହସି ଉଠିଲା

ନଈରେ ଚାଲେ ନାଆ ।

କୋଇଲି ନାନୀ ତା’ ସ୍ଵର ଛାଡ଼ି

କୁଆଡ଼େ ଲୁଚିଲାଣି

ବଗବଗୁଲି ସାଗର ଛାଡ଼ି

ଗହୀରେ ବସିଲେଣି ।

ବେଙ୍ଗ ବେଙ୍ଗୁଲୀ ଗାତରେ ଥାଇ ଡାକିଲେ କେଁ କଟର

ଦି କୂଳ ଖାଇ ଆସଇ ନଈ

ଦେଖ‌ିଲେ ଲାଗେ ଡର।

ଆନନ୍ଦ ମନେ କୃଷକ ହସେ

କରିବା ପାଇଁ କାମ

ଓଳିରେ ଦେଖ କାଗଜ ଭାସେ

ଡଙ୍ଗା ଯାହାର ନାମ।

ନାତି ନାତୁଣୀ ବସିଲେ ଆସି

ବୁଢ଼ା ଅଜାଙ୍କ ପାଖେ

ବରଷା ଗୀତ ଗାଇଲେ ହସି

ତାଙ୍କ ପାକୁଆ ମୁଖେ ।

 

* ଗ୍ରାମ/ପୋ.ଅ- ବେରୁଆଁବାରୀ

ଜିଲ୍ଲା-ନୟାଗଡ-୭୫୨୦୮୨, ଓଡ଼ିଶା ।

ଦୂରଭାଷ:୦୯୩୩୯୬୧୦୧୬୮

ଇ-ମେଲ-sanmahakud@gmail.com

ୱେବସାଇଟ: www.sanatanmahakud.in

Comments are closed.