ଦୁର୍ନୀତିର ସବୁ ସୀମା ପାର କଲା ପୁରୁଣାହାଟ ଗ୍ରାମପଞ୍ଚାୟତ 

କଟକ: କଟକ ଜିଲ୍କା ସାଲେପୁର ବ୍ଲକ ଅଧିନସ୍ଥ ପୁରୁଣାହାଟ ଗ୍ରାମପଞ୍ଚାୟତ ପୁରୁଣାହାଟ ଗ୍ରାମର ଜୈନେକ ବ୍ୟକ୍ତି ନିଜ ବାଡ଼ିରେ ଗୋରୁ ବନ୍ଧା ପାଇଁ କରିଥିବା ପୁରୁଣା ଢ଼ଳେଇକୁ ଚତୁରତାର ସହ ନୂଆ ଦର୍ଶାଇ ସୂଚନା ଫଳକ ଲାଗିଛି | ନୂଆ ଫାଇଲ କରି ପୁରୁଣାହାଟ ପଞ୍ଚାୟତର ସରପଞ୍ଚ ଓ ପିଇଓ ଙ୍କ ସହାୟତାରେ ଅର୍ଥ ରାଶି ୧,୫୦,୦୦୦/ ଏକ ଲକ୍ଷ ପଚାଶ ହଜାର ଟଙ୍କା ହଡପ କରିବା ପାଇଁ ବିଦ୍ଧି ବଦ୍ଧ ଭାବେ ଯୋଜନା କରୁଥିବା ଅଭିଯୋଗ ହେଉଛି l ଏଭଳି ଦୁର୍ନୀତିରେ ଲିପ୍ତ ଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଏ ବିଲକୁ ଆଦୌଁ ଗ୍ରହଣ ନକରିବା ପାଇଁ ଗ୍ରାମବାସୀ ମାନେ ବିଭାଗୀୟ ଉଚ୍ଚକତ୍ତୃପକ୍ଷଙ୍କ ନିକଟରେ ଅନୁରୋଧ କରିଛନ୍ତି l

Comments are closed.