ପାଟକୁରା ନିର୍ବାଚନ ମଣ୍ଡଳୀର ୭ କଲେଜରେ ବିଜେପିର ଭୋଟର ସଚେତନତା ମହାଅଭିଯାନ ଆରମ୍ଭ

ପାଟକୁରା: ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଉଥିବା ଭୋଟର ଲିଷ୍ଟ ରେ ନୂଆ ବା ପ୍ରଥମ ଥର ମତଦାନ କରିବାକୁ ଯାଉଥିବା ଯୁବ ଭୋଟର ମାନଙ୍କ ନାମକୁ ସାମିଲ କରିବା ପାଇଁ ବିଜେପି ପକ୍ଷରୁ ଆଜି ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକର ୭ ଟି ଶିକ୍ଷାନୁଷ୍ଠାନରେ ଭୋଟର ସଚେତନତା ମହାଅଭିଯାନ ଆରମ୍ଭ କରାଯାଇଛି !ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ସକାଳ ୮ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଡେରାବିଶ, ଗରଦପୁର ଓ ମାର୍ଶାଘାଇ ବ୍ଲକ ଅଂଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ସାମ୍ନାରେ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଥିଲା !ଯୋଗ୍ୟ ଯୁବ ଭୋଟରମାନଙ୍କ ମଧ୍ୟରୁ କୌଣସି କାରଣରୁ ଭୋଟର ଲିଷ୍ଟରେ ସାମିଲ ହୋଇନଥିବା ଯୁବ ବର୍ଗଙ୍କୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ହୋଇଥିବା ୬ ନମ୍ବର ଫର୍ମ ପୂରଣ କରାଇ ଆବେଦନ ପ୍ରକ୍ରିୟାରେ ସହାୟତା କରାଯାଉଛି !୧୮ ବର୍ଷ ହୋଇସାରିଥିବା କିମ୍ବା 0୧. 0୧. ୨0୨୪ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ସମ୍ପୂର୍ଣ୍ଣ ହେଉଥିବ ସେହି ଭଳି ଯୁବ ବର୍ଗକୁ ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ଭୋଟର ତାଲିକାରେ ଯୋଡିବା ପାଇଁ ପାଟକୁରା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏହି ଭୋଟର ସଚେତନତା ମହାଅଭିଯାନ ବିଭିନ୍ନ ଶିକ୍ଷନୁଷ୍ଠାନମାନଙ୍କର ଛାତ୍ରଛାତ୍ରୀମାନଙ୍କ ପାଇଁ ଆରମ୍ଭ କରାଯାଇଛି ବୋଲି ତେଜେଶ୍ୱର ପରିଡ଼ା କହିଛନ୍ତି | ଆଜି ବିଜେପି ପକ୍ଷରୁ ସ୍ୱତନ୍ତ୍ର ଶିବିର ଲାଗିଥିବା ଶିକ୍ଷାନୁଷ୍ଠାନ –

1) ଡେରାବିଶ ମହାବିଦ୍ୟାଳୟ

2) ଏଚ.ଏନ. ସ୍ମାରକୀ ମହାବିଦ୍ୟାଳୟ, ଚାନ୍ଦୋଳ

3) କରିଲୋପାଟଣା ମହାବିଦ୍ୟାଳୟ

4) ଏଲ. ଏନ. ମହାବିଦ୍ୟାଳୟ, କୋରୁଆ

5) ରାମଚଣ୍ଡୀ ସଂସ୍କୃତ ମହାବିଦ୍ୟାଳୟ, ମୁଣ୍ଡାଳୋ

6) ସରକାରୀ ପଲିଟେକନିକ, ଛତା

7) ଏନ.ଏମ. ଆଇ.ଟି.ଆଇ , ଖମୋଳ ଛକ

Comments are closed.