ପଟ୍ଟାମୁଣ୍ଡାଇ :ଏସିଡ ଆକ୍ରମଣ ମାମଲାର ୧୦ମାସ ମଧ୍ୟରେ ରାୟ, ଦୋଷୀକୁ ୨୦ ବର୍ଷ କାରାଦଣ୍ଡ

0

ପଟ୍ଟାମୁଣ୍ଡାଇ ତା ୧୧/୧୧– କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ଗତ ୧୨ ଜାନୁଆରୀ ୨୦୨୬ ରେ ଘଟିଥିବା ଲୋମହର୍ଷଣକାରୀ ଏସିଡ ଆକ୍ରମଣ ମାମଲାର ୧୦ ମାସ ମଧ୍ୟରେ ରାୟ ପ୍ରକାଶ ପାଇବା ସହିତ ଅଭିଯୁକ୍ତଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ହୋଇଛି I ପ୍ରକାଶ ଯେ ଗତ ୧୨ ଜାନୁୟାରୀ ୨୦୨୬ ସମୟ ଅପରାହ୍ନ ୪.୩୦ ସମୟରେ ବାଛରା ଗ୍ରାମର କୁନା@ ରବୀନ୍ଦ୍ର ସାହୁ, ତାଙ୍କ ମା ଟୁକୁନା ସାହୁ ଓ ଜଣେ ଲେବର ମାଳତି ହୋ ଘର ଆଗରେ ପଡିଥିବା ବାଲିକୁ ଏକାଠି କରୁଥିବା ସମୟରେ ପୂର୍ବ ଶତ୍ରୁତାର ରାଗ ରଖ୍ ବିଜୟ ସାହୁ ଏକ ବାଲତିରେ ଏସିଡ ନେଇ ଓ ହାତରେ ଗ୍ଲୋଭସ ପିନ୍ଧି କୁନା@ ରବୀନ୍ଦ୍ର ସାହୁଙ୍କ ଉପର ଢାଳିଦେଇଥୁଲା ଓ ଯେତେବଳେ ତାଙ୍କ ମା ପାଟିକରିବାରୁ ବଳକା ଏସିଡ ତାଙ୍କ ଉପରକୁ ଛାଟିଦେଇଥଲା। ରବୀନ୍ଦ୍ର ଜୀବନ ବିକଳରେ ନଳକୂପ ପାଖ କୁ ଯାଇ ପାଣିଢାଳିହେବା ସମୟରେ ଏକ ଫାର୍ସା ଧରି ମାରିବାକୁ ଆସୁଥ‌ିବା ବେଳେ ରବୀନ୍ଦ୍ରଙ୍କ ମା ଓ ସ୍ତ୍ରୀ ପାଟି କରିବାରୁ ବିଜୟ ସାହୁ ପଳାଇଯାଇଥିଲେ । ରବୀନ୍ଦ୍ର ଓ ତାଙ୍କ ମାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପଟ୍ଟାମୁଣ୍ଡାଇ ଡାକ୍ତରଖାନା ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରଯାଇଥିଲା । ଏ ନେଇ ରବୀନ୍ଦ୍ରଙ୍କ ସ୍ତ୍ରୀ ସନ୍ତୋସିନୀ ମହନ୍ତ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ I ପଟ୍ଟାମୁଣ୍ଡାଇ ଥାନା କେସ ନମ୍ବର ୧୬/୨୦୨୬ରେ ମାମଲା ରୁଜୁ ହୋଇ ଆଇଆଇସି ବନ୍ଦନା ପାତ୍ର ଏହାର ତଦନ୍ତ କରିଥିଲେ । ଏହି ଏସିଡ ଆକ୍ରମଣ ମାମଲାର ବିଚାର କରି ପଟ୍ଟାମୁଣ୍ଡାଇ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ବିଦ୍ୟାଧର ପୃଷ୍ଟି ବାଛରା ଗ୍ରାମର ବିଜୟ କୁମାର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧,୧୦,୦୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରଛନ୍ତି । ଜୋରିମାନା ଅନାଦେୟ କ୍ଷେତ୍ରରେ ଦୋଷୀକୁ ଅଧିକ ୨୮ ଦିନ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଉଲ୍ଲେଖ କରିଛନ୍ତି। ୧୪ ଜଣ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଅଦାଲତ ବିଜୟ କୁମାର ସାହୁଙ୍କୁ ଭାରତୀୟ ନ୍ୟାୟ ସଂହିତାର ଦଫା ୧୨୪(୧) ରେ ଦୋଷୀ ସାବ୍ୟସ୍ତ କରିଛନ୍ତି ।ଏହି ମାମଲା କୁ କେନ୍ଦ୍ରାପଡ଼ା ଡେପୁଟି ଡ଼ାଇରେକ୍ଟୋର ପ୍ରସିକୁସନ ସସ୍ମିତା ମହାପାତ୍ରଙ୍କ ତତ୍ୱାବଧାନ ରେ ସରକାରଙ୍କ ତରଫରୁ କ୍ୟାଡର ଆଡିସନାଲ ପିପି ସରୋଜ କୁମାର ମଲ୍ଲିକ ଓ ଆସୋସିଏଟ ଓକିଲ ଭବାନୀ ଶଙ୍କର ପଣ୍ଡା ପରିଚାଳନା କରୁଥିଲେ ।

Leave A Reply

Your email address will not be published.