୩୫କୋଟି ଟଙ୍କା ବ୍ୟୟରେ ଅଳପୁଆ- ଜଗନ୍ନାଥପୁର ରାସ୍ତା ଶିଳାନ୍ୟାସ !
*ଧୋୟାଞ୍ଚଳ ବିକାଶ ପାଇଁ ମୁ ସମର୍ପିତ ଗଣେଶ୍ୱର !
ପଟ୍ଟାମୁଣ୍ଡାଇ୧୧/୧୧: ଧୋୟାଞ୍ଚଳର ଜୀବନରେଖା କୁହାଯାଉଥିବା ଅଳପୁଆ ଦାମୋଦରପାଟଣା ଠାରୁ ଜଗନ୍ନାଥପୁର ପୁର୍ତ୍ତ ବିଭାଗ ରାସ୍ତାର ଉନ୍ନତିକରଣ ପାଇଁ ୩୫. ୫୩ କୋଟି ଟଙ୍କା ବ୍ୟୟ ଅଟକଳରେ ଅଳପୁଆ ଠାରେ ଶିଳାନ୍ୟାସ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସମାଜସେଵୀ ବିଭୁତି ଭୂଷଣ ପଟ୍ଟନାୟକଙ୍କ ପୌରାହିତ୍ୟ ଓ ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ସଭାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଅଂଚଳବାସୀଙ୍କ ଦୀର୍ଘ ଦିନ ଦାବୀ ଉତ୍ତମ ଗମନାଗମନ ବ୍ୟବସ୍ଥା ପୂରଣ ହୋଇଛି I ଧୋୟାଞ୍ଚଳର ସମସ୍ତ ୭ଟି ପଂଚାୟତର ରାସ୍ତାଘାଟ ବିକାଶ ପାଇଁ ପଦକ୍ଷେପ ନିଆଯାଇ ଅର୍ଥ ବରାଦ କରାଯାଇଛି I ମୋଟାମୋଟି ଭାବେ ଧୋୟା ଞ୍ଚଳର ବିକାଶ ପାଇଁ ମୁଁ ସମର୍ପିତ ବୋଲି ବିଧାୟକ ପ୍ରକାଶ କରିବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ I କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲିଲିତା ଦାସ ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଭାଷଣ ଦେଇ ବିକାଶର କୌଣସି ଦଳ ନଥିବାରୁ ବିକାଶକୁ ନେଇ ହୀନ ରାଜନୀତିକୁ ତୀବ୍ର ସମାଲୋଚନା କରିବା ସହିତ ଧୋୟାଞ୍ଚଳର ବିକାଶ ଧାରାରେ ସାମିଲ ହୋଇ ବିଧାୟକଙ୍କ ହାତ ମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ I ୧୫ନଂ ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ, ଜିଲ୍ଲା ଵିଜେଡି ସଭାପତି ଶିବ ପ୍ରସାଦ ଭଳ, ସରପଞ୍ଚ ପଦ୍ମିନୀ ବେହେରା ଓ ସମିତି ସଭ୍ୟ ରାମଚନ୍ଦ୍ର ସେଠୀ ପଂଚାୟତ ବିଜେଡି ସଭାପତି ସୁକାନ୍ତ ରାଉତ ପ୍ରମୁଖ ସ୍ଥାନୀୟ ଲୋକ ପ୍ରତିନିଧି ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଉପସ୍ଥିତ ଥିଲେ I

ଅଳପୁଆ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ତରଡ଼ିପାଳ ସରପଞ୍ଚ ଦେବବ୍ରତ ନାୟକ, ସମିତି ସଭ୍ୟ ନିରଞ୍ଜନ ବାରିକ, ପେଣ୍ଠପାଳ ସମିତି ସଭ୍ୟ ଶଶାଙ୍କ ବିଶ୍ୱାଳ, ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ,ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ,ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ, ଡିହାପଡା ପଞ୍ଚାୟତ ସଭାପତି ଜଗନ୍ନାଥ ପ୍ରଧାନ, ଧୂମାନ୍ତ ପଂଚାୟତ ପୂର୍ବତନ ସରପଞ୍ଚ ନରହରି ପାଣି ବରିଷ୍ଠ ନେତା ମୋହନ ଆଚାର୍ଯ୍ୟ, ଗଗନ ମହାଳିକ, ଯୁବନେତା ମଣ୍ଟୁ ସ୍ୱାଇଁ,ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଜ୍ୟୋତି ରଞ୍ଜନ ପ୍ରଧାନ ଚନ୍ଦନ ସାହୁ,ନିରଞ୍ଜନ ସୁନ୍ଦର ରାୟ, ଅଭିଷେକ ବିଶ୍ୱାଳ ପ୍ରଦ୍ୟୁମ୍ନ ଜେନା,ବବ୍ରୁ ବାହନ ଧଳ, ଜାନକୀ ବିଶ୍ୱାଳ,ରବୀନ୍ଦ୍ର ଧଳ,ତପରଞ୍ଜନ ବେହେରା, ପଦ୍ମନାଭ ନାୟକ, କୁର୍ତ୍ତିବାସ ସାହୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଥାନୀୟ ଲୋକ ପ୍ରତିନିଧି ଯୋଗ ଦେଇଥିଲେ । ବରିଷ୍ଠ ନେତା ରବୀନ୍ଦ୍ର ପରିଡା ଧନ୍ୟବାଦ ଦେଇଥିଲେ।ଅନ୍ୟ ପକ୍ଷରେ କିଛି ବିଜେପି କର୍ମୀ ଭିତ୍ତିପ୍ରସ୍ତର ଅନାବରଣ ସମୟରେ କାର୍ଯ୍ୟକ୍ରମକୁ ବିରୋଧ କରିଥିଲାବେଳେ ସ୍ଥାନୀୟ ଜନସାଧାରଣଙ୍କ ବିରୋଧ ଯୋଗୁଁ ସେମାନେ କାର୍ଯ୍ୟକ୍ରମସ୍ଥଳୀରୁ ଚାଲି ଯାଇଥିଲେ। ତେଵେ ଶିଳାନ୍ୟାସ ଉତ୍ସବରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପଟ୍ଟାମୁଣ୍ଡାଇ ଏସ ଡି ପି ଓ ସୁକାନ୍ତ ପାତ୍ର ଆଦର୍ଶ ଥାନା ଆଇ ଆଇ ସି ମାନସ ରଞ୍ଜନ ମଲ୍ଲିକ ଚୌଦକୁଲାଟ ଫାଣ୍ଡି ଅଫିସର ନୃସିଂହ ମହାନ୍ତି ଓ ସୁନୀଲ ସେଠୀ ପୋଲିସ ଫଉଜ ସହ ଉପସ୍ଥିତ ଥିଲେ I