Sign in
Sign in
Recover your password.
A password will be e-mailed to you.
Browsing Category
କବିତା
ମାଆ ହାତଖିଆ ପରମ ତୃପ୍ତି
ମାଆ ହାତଖିଆ ପରମ ତୃପ୍ତି
==============
ଲକ୍ଷ୍ମୀ ଯାଇଛନ୍ତି ବରୁଣ ପୁର l
ପଉଷ ମାସରେ ବାପର ଘର ll
ଶ୍ରୀକ୍ଷେତ୍ରରେ ଆଉ ଜଳୁନି ଚୁଲି l
କାଳିଆର ରଙ୍ଗ ଯାଇଛି ଛାଡ଼ି ll
କେମିତି ପୁରିବ କାଳିଆ ପେଟ l
ନିତି ଖାଏ ଯେ ଷାଠିଏ ପଉଟ ll
ମାଆ ଯଶୋମତି ଶୁଣିଲେ କଥା l
ମନରେ ହୋଇଲା…
ସୁନ୍ଦର ପ୍ରଭାତ
ସୁନ୍ଦର ପ୍ରଭାତ
===========
ହୋଇଲା ସୁନ୍ଦର ପ୍ରଭାତ l
ଅରୁଣ ଆଭା ପ୍ରକଟିତ ll
ଲୁପ୍ତ ହୋଇଲେ ତାରାପନ୍ତିି l
ଅସ୍ତାଚଳରେ ତାରାପତି ll
ପୂରୁବ ଆକାଶ ଉଜ୍ଜ୍ବଳ l
ସୁଖରେ ରାବନ୍ତି କୋକିଳ ll
ବାୟସ କୁକ୍କୁଟଙ୍କ ଧ୍ୱନୀ l
ସଘନେ ଘନେ ଶୁଭିଲାଣି ll
ଗଗନେ ବକାଳି ମାଳିକା l
ସୁନ୍ଦର…
ଶୁଭ ନବବର୍ଷେ ବନ୍ଦନା
ଶୁଭ ନବବର୍ଷେ ବନ୍ଦନା
===========
ଜୟ ଜୟ ଜଗନ୍ନାଥ ହେ
ପ୍ରଭୁ ଜଗଦୀଶ୍ୱର l
ଇଙ୍ଗିତେ ଚାଲଇ ତୁମ୍ଭର
ପ୍ରଭୁ ଏହି ସଂସାର ll
ବହିଯାଏ କାଳକରାଳ ପ୍ରଭୁ
ତବ ନିର୍ଦ୍ଦେଶେ l
ବର୍ଷ, ମାସ, ଦଣ୍ଡ, ଦିବସ
ରହିଛନ୍ତି ନିର୍ଦ୍ଦେଶେ ll
ଶୀତ ବର୍ଷା ଖରା କାକର
ପ୍ରଭୁ ତବ ସର୍ଜନା l
ପତ୍ର…
ମାଆ ରଣପୁରେଶ୍ୱରୀ
ମାଆ ରଣପୁରେଶ୍ୱରୀ
=============
ରଣପୁର ରାଜ୍ୟ ଉତ୍କଳ ପ୍ରଦେଶେ l
ଶୋଭାର ଭଣ୍ଡାର ଖ୍ୟାତ ଇତିହାସେ ll
ସବୁଜ ବନାନୀ, ଝର, ନିର୍ଝରିଣୀ l
ବକ୍ଷଶୋଭା ପୁଣି କେତେ ଗିରିଶ୍ରେଣୀ ll
ସେ ପର୍ବତ ମଧ୍ୟେ ମଇନାକଗିରି l
ଶିରେ ଯା' ବସନ୍ତି ରଣପୁରେଶ୍ୱରୀ ll
ମାଆ ମଣିନାଗ ଖ୍ୟାତ ଜଗତରେ l…
ବେଥେଲହାମ ତାରା
ବେଥେଲହାମ ତାରା
===========
ଯୁଗ ଯୁଗାନ୍ତେ ଅଜ୍ଞାନ ଅନ୍ତେ
ତୁମେ ହେ ଅବତର l
ତୁମେ ତ ଯୀଶୁ ତୁମେ ତ ଆଲ୍ଲା
ତୁମେ ତ ଯୋରାଷ୍ଟର ll
ତୁମେ ତ ବୁଦ୍ଧ, ତୁମେ ତ ଜୈନ
ତୁମେ ହେ କୃଷ୍ଣ ରାମ l
ଅନେକ ମତ, ଅନେକ ପଥ
ଏକା ହିଁ ତୁମ ଧାମ ll
ଦୁଷ୍ଟ ଦଳନେ, ଶିଷ୍ଟ ପାଳନେ
ଯୁଗ ଯୁଗର ଲୀଳା…
କାଉ ରାବିଲେଣି କାଆ
କାଉ ରାବିଲେଣି କାଆ
==============
ଉଠ ଦୁଃଖିଧନ ମୋ ନୀଳରତନ
କାଉ ରାବିଲେଣି କାଆ l
ଉଠ ନୀଳମଣି ନେତ୍ରପ୍ରତିମା ମୋ
ଡାକନ୍ତି ଯଶୋଦା ମାଆ ll
ଘଣ୍ଟ, ଘଣ୍ଟା, ଝାଞ୍ଜ ବାଜଇ ମୃଦଙ୍ଗ
ଉଠ ଉଠ ତେଜ ଶେଯ l
ଉଦେହେଲେ ଭାନୁ ଶୁଭେ ସିଙ୍ଗାବେଣୁ
ଉଠ ମୋ ନେତ୍ରପଙ୍କଜ ll
ଆରେ ବଂଶୀଧର ନ କର…
ପହିଲି ଭୋଗ
ପହିଲି ଭୋଗ
==============
ଶ୍ରୀମନ୍ଦିରେ ବିଜେ ଜଗତ ଠାକୁର
ନୀଳଚକ୍ରେ ଉଡ଼େ ଧ୍ବଜା l
ସିଂହଦ୍ୱାରେ ଉଭା ପଟୁଆର ଗୋଟି
ବାଜଇ ତେଲିଙ୍ଗି ବାଜା ll
ବରୁଣ ପୁରରୁ ଚାରଣ ଆସିଛି
ଆହେ ନୀଳାଦ୍ରୀ ଚନ୍ଦ୍ରମା l
ପଉଷ ମାସରେ ବାପଘର ଯିବେ
ମହାଲକ୍ଷ୍ମୀ ସିନ୍ଧୁ ଜେମା ll
ଛପନ ନୈବେଦ୍ୟ…
ଚତୁର କାହ୍ନା
ଚତୁର କାହ୍ନା
=========
ଚତୁର ପଣରେ ଚାତୁରୀ ଦେଖାନ୍ତି
ତାଟକା ଯଶୋଦା ମାତ l
ମାଟିଖାଇ ପାଟି ମେଲି ଦେଖାଇଲେ
ଭିତରେ ସାରା ଜଗତ ll
ଅନେକ ଜନମ ତପ କରି ଥିଲା
ବାନ୍ଧିଲା ନନ୍ଦ ଘରଣୀ l
ତ୍ରିଗୁଣ ରଜ୍ଜୁରେ ବାନ୍ଧିଛି ଜଗତ
ମାତା ପାରିଛିକି ଜାଣି ll
ଶରତର ଅନ୍ତେ ହେମନ୍ତ ପ୍ରବେଶ…
ସିନ୍ଧୁ ରାଜଜେମା
ସିନ୍ଧୁ ରାଜଜେମା
===========
ନମସ୍ତେ ନମସ୍ତେ ମାତା ସିନ୍ଧୁ ରାଜଜେମା l
ବର ବରିଥିଲୁ ମାଲୋ ନିଳାଦ୍ରୀ ଚନ୍ଦ୍ରମା ll
କେତେ ଦଉଲତ ଦେଲେ ପିତା ରତ୍ନାକର l
ଧନ ଆଣି ତୋଳାଇଲୁ ଦିବ୍ୟ ଶ୍ରୀମନ୍ଦିର ll
ଶ୍ରୀକ୍ଷେତ୍ରର ତୁହି ସିନା ଅଟୁ ମାଆ ଶିରି l
ତୋ ନାମେ ମନ୍ଦିର ବାସକରୁଛନ୍ତି ହରି…
ନମଃ ନମଃ ବିଦ୍ୟାପତି
ନମଃ ନମଃ ବିଦ୍ୟାପତି
==============
ନମସ୍ତେ ନମସ୍ତେ ପ୍ରଭୁ ମହା ବିନାୟଜ l
ସୁଖ ଶାନ୍ତି ବିଦ୍ୟା ବୁଦ୍ଧି ଜ୍ଞାନପ୍ରଦାୟକ ll
ନମସ୍ତେ ବିଘ୍ନେଶ ବିଘ୍ନହର୍ତ୍ତା ଲମ୍ବୋଦର l
ପୃଥୁଳ ଶରୀର ପ୍ରଭୋ ଅତୀବ ସୁନ୍ଦର ll
ନମସ୍ତେ ନମସ୍ତେ ଦେବ ନମଃ ଗଣପତି l
ସର୍ବ ପୁଜା ଆଗେ ସର୍ବେ…