ଆଜି ସୋମବାର

ଅର୍ଜୁନୀ ଚରଣ ବେହେରା

ଆଜି ସୋମବାର
==========
ଆଜି ସୋମବାର ସଜନୀ ଚାଲ ଶିବମନ୍ଦିର l
ଶ୍ରୀସଦାଶିବଙ୍କୁ ପୁଜିବା ଅର୍ପି କଦଳୀ କ୍ଷୀର ll
ପନ୍ନଗ ଭୂଷଣ ହରିବେ ସର୍ଵ ଦୋଷ, ଦୂଷଣ l
ସମୁଦ୍ରମନ୍ଥନେ କରିଲେ ପ୍ରଭୁ ବିଷଶୋଷଣ ll
ଦୁଦୁରା ଗୟସ କେତକୀ ଆଣ ମଲ୍ଲି ଟଗର l
ଅତି ଶରଧାରେ ପିନ୍ଧନ୍ତି ପ୍ରଭୁ ନାଗେନ୍ଦ୍ରହାର ll
ମଙ୍ଗଳମୟ ସେ ଲଙ୍ଗଳା ପ୍ରଭୁ ସତ୍ୟସୁନ୍ଦର l
ଆଶୁତୋଷ ଦିଗମ୍ବରାୟ ଦ୍ୟନ୍ତି ଚଞ୍ଚଳବର ll
ମହାଯୋଗୀଶ୍ୱର ଶଙ୍କର ଶଙ୍କରିଙ୍କ ନାୟକ l
ଶମଶାନ ବାସୀ ଅକର୍ମ ପ୍ରଭୁ କର୍ମ ଦାୟକ ll
ଚନ୍ଦ୍ରମୌଳି ଚନ୍ଦ୍ର ଶିରରେ ପ୍ରଭୁ ଚନ୍ଦ୍ରଶେଖର l
ଗଙ୍ଗା ଗଙ୍ଗାଧର ମସ୍ତକେ ଜଟାଜୁଟ ବିହାର ll
ଭୂତପତି ପ୍ରଭୋ ଭୂତେଶ ନନ୍ଦୀ ବୃଷବାହନ l
ତ୍ରିଲୋଚନ ପ୍ରଭୁ ତୃତୀୟନେତ୍ର କାମଦହନ ll
ମହାଦେବ ହର ଶଙ୍କର ଭୋଳା ପଞ୍ଚଆନନ l
ଦେବଦେବ ପନ୍ଦ୍ରନେତ୍ରଙ୍କୁ କରଇ ମୁଁ ଜଣାଣ l
ସୋମନାଥ ପ୍ରଭୁ କୈଳାସପତି କାଶି ଈଶ୍ୱର l
ସୋମବାରେ ପୂଜି ଶରଣଗଲି ତୁମ୍ଭ ପୟର ll
🙏🙏🙏
ଅର୍ଜ୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.