ଶୀର୍ଷକ :- {ନିର୍ମମ ସତ୍ୟ}

ସୁପ୍ରିୟା ପଲେଇ

ନିର୍ଜନ ଏ ନିସ୍ତବ୍ଧ ରାତ୍ରିର କରାଳରେ
କ୍ଷୁବ୍ଧ ପ୍ରାୟ ଏ ବିଦୀର୍ଣ୍ଣ ହୃଦୟ ,

ବିମୂଢ଼ ଏ ମନ ଲୁବ୍ଧ ପ୍ରାୟେ ଅତର୍କିତେ,
ଧାଇଁଯାଏ ସର୍ବଦା ଅପ୍ରତ୍ୟାଶିତ ଭବିଷ୍ୟତ ନିମନ୍ତେ।।

ସ୍ବପ୍ନ କହେ ………….
ଭୟ କର ନା ମୁଁ ସତ୍ୟଭଳି ନିଷ୍ଠୁର ନୁହେଁ,
ପାରିବି ଗଢି ତୁମ ଭାବନାର ମୁଲକଟିଏ।।

କିନ୍ତୁ ହାୟ …………..
ଏ ବିକଟାଳ ପୃଥିବୀର କପଟୀ ବାସ୍ତବତା,
ପଲକରେ କରେ ଦହନ ମନର ଆବେଗତା ।।

ନିଦ୍ରା କହେ ………….
ନିର୍ଦ୍ଵନ୍ଦେ ମୋ କୋଳରେ କର ଅବସାନ,
ଦେଖିଅଛି କେତେ ମେଘ ତୁମ ନୟନର।।

ହେ ଅଶ୍ରୁ ନୟନା ………
ସବୁ ପରେ ମଧ୍ୟ ଅବାସ୍ତବା ପୃଥିବୀରେ ,
ଜିଇଁବାର ଅଛି ତୁମକୁ ଏକ ନିର୍ମମ ସତ୍ୟ।।

ନାମ – ସୁପ୍ରିୟା ପଲେଇ
ଗ୍ରାମ/ ପୋ – ଯୋଗୀମଠ , ପଦ୍ମପୁର
ପିନ୍ କୋଡ -୭୫୮୦୧୩
ଜିଲ୍ଲା – କେନ୍ଦୁଝର

Comments are closed.