ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ବର: ଏପ୍ରିଲ ୨ରୁ ସକାଳୁଆ ସ୍କୁଲ । ଖରାର ପ୍ରକୋପକୁ ଦେଖି ରାଜ୍ଯ ସରକାରଙ୍କ ବଡ଼ ନିଷ୍ପତ୍ତି । ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲରେ ହେବ ସକାଳୁଆ କ୍ଲାସ । ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଯାଏଁ ସଭିଙ୍କର ହେବ ସକାଳୁଆ ପାଠପଢା । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସକାଳ ୭ଟାରୁ ମଧ୍ଯାହ୍ନ ୧୧ଟା ୩୦ ଯାଏଁ କ୍ଲାସ କରାଯିବ । ସ୍କୁଲରେ ପାନୀୟ ଜଳ, ଓଆରଏସ ଏବଂ ଅନ୍ଯ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.