ବଲାଙ୍ଗିର: ଅଂଶୁଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଖୁଜେନପାଲିର ୩୦ ବର୍ଷିୟ ତ୍ରିନାଥ ବକୁଲ ବୋଲି ଜଣାପଡ଼ିଛି। ତ୍ରିନାଥ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବା ପରେ ବଜାରକୁ ଆସିଥିଲେ। ବଜାରରୁ ଫେରିବା ପରେ ଘରେ ଅସୁସ୍ଥ ହୋଇପଡ଼ିଥିଲେ। ତ୍ରିନାଥଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ହେବା ପରେ ହସ୍ପିଟାଲ ନିଆଯାଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଅଂଶୁଘାତରେ ତ୍ରିନାଥ ବକୁଲଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି। ସଦର ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।
Sign in
Sign in
Recover your password.
A password will be e-mailed to you.
Comments are closed.