ସାରେ ଯହାଁ ସେ ଅଚ୍ଛା

     =============

ବିଧାତା ସୃଜିଲେ ଏ ଧରଣୀ ବକ୍ଷେ

     ଯେତୋଟି ମନୁଷ୍ୟ ବାସ l

ସବୁଠୁ ସୁନ୍ଦର ତା ମଧ୍ୟେ ମୋହର

      ଦେଶ ଏ ଭାରତ ବର୍ଷ ll

ଦେବତା ଇଚ୍ଛନ୍ତି ଜନମ ନେବାକୁ

      ପୂତ ଭୂମି ଏ ଭାରତେ l

ଶୁଭ୍ର ଶୈଳଶ୍ରେଣୀ ହିମାଳୟ ଯାର

      ଶିରେ ମୁକୁଟ ପ୍ରକଟେ ll

ଭୁସ୍ୱର୍ଗ କାଶ୍ମିର ତା ମସ୍ତକେ ମଣି

       ପାଦ ପଖାଳେ ଜଳଧି l

ବକ୍ଷରେ ତାହାର ବିନ୍ଧ୍ୟ ଗିରି ବର

     ଗଙ୍ଗା ଗୋଦାବରୀ ନଦୀ ll

ସତ୍ୟ ଓ ଅହିଂସା ମୁଳ ମନ୍ତ୍ର ଯାର

      ବେଦ ପୁରାଣ ବଖାଣେ l

ଜଗତେ ଏପରି ଦେଶଟିଏ ଅଛି

      ଦେଖିଛ କି କାହିଁ ଜଣେ ll

ଆର୍ଯ୍ୟାବର୍ତ୍ତ ଦେବ ଭୂମି ଏ ଭାରତ

      ମୁନି ଋଷି ବାକ୍ୟେ ପୂତ l

ବକ୍ଷେ ବହେ ଯାର ପୂତ ନୀର ଧାର

      କୃଷ୍ଣା, ସିନ୍ଧୁ, ବ୍ରହ୍ମପୁତ୍ର ll

ସୂରୁଜ ଉଇଁଲେ ପ୍ରଥମ କିରଣେ

      ଦେଖନ୍ତି ମାଆର ମୁଖ l

ତାରା ଗଣ ଖଚି ରତ୍ନର ଚାନ୍ଦୁଆ

      ଢାଙ୍କନ୍ତି ଚନ୍ଦ୍ର ମୟୂଖ ll

ଯେ ଭୂମି ପ୍ରଚାରେ ପ୍ରେମର ରାଗିଣୀ

       ବିଶ୍ୱ ଭ୍ରାତୃତ୍ୱର ବାଣୀ l

ସର୍ବେ ଆମ୍ଭେ ବସୁଧୈବ କୁଟୁମ୍ବକମ୍

       ବିଶ୍ୱର ଭାଈ ଭଉଣୀ ll

ବିଶ୍ୱରେ ବୃହତ ଗଣତନ୍ତ୍ର ଯାର

        ଶାସନ ପ୍ରଜା ତନ୍ତର l

ରାମରାଜ୍ୟେ ପ୍ରଭୁ ପ୍ରଜାନୁରଞ୍ଜନ

       ପ୍ରଚାର ମହା ମନ୍ତର ll

ସେ ପବିତ୍ର ଭୂମେ ଆନନ୍ଦେ ଵିହରୁ

     ଆମ୍ଭେ ସର୍ବେ ଦେଶ ବାସୀ l

ଯେ ଭୂମେ ବିରାଜେ ପୁଣ୍ୟ ତୀର୍ଥ

 ଯଥା ଦ୍ୱାରିକା ମଥୁରା କାଶୀ ll

ଆଜି ସେ ମହାନ ପରବ ଆମର

        ପୁଣ୍ୟ ଅଗଷ୍ଟ ପନ୍ଦର l

ସଗର୍ବେ ଉଡ଼ାଅ ତିନି ରଙ୍ଗିଆକୁ

      ମାଆର ବନ୍ଦନା କର ll

ଜାତୀୟ ପତାକା ଆମରି ତ୍ରିରଙ୍ଗା

      ଆମ ଗୌରବ ବ୍ୟଞ୍ଜକ l

ସେ ପତାକା ତଳେ ଆସ ଆସ ସର୍ବେ

     ହୋଇଯିବା ଆମେ ଏକ ll

ପ୍ରାର୍ଥନା କରିବା ଆମରି ଗୌରବ

      ବିଶ୍ୱେ ରହିଥାଉ ଟେକ l

ବନ୍ଦେ ମାତରଂ ଜୟ ହିନ୍ଦ ମାଆ

       ପଦେ ନୁଆଁଏ ମସ୍ତକ,

      ପଦେ ନୁଆଁଏ ମସ୍ତକ ll

           🙏🙏🙏

              ଅର୍ଜୁନୀ

        ————-

ଅର୍ଜୁନୀ ଚରଣ ବେହେରା

ମୋ – 7693091971

Comments are closed.