ଗଜପତି:୨୨.୧୦ (ମନୋଜ କୁମାର ପାଢୀଙ୍କ ରିପୋର୍ଟ)-: ପାରଳାଖେମୁଣ୍ଡି ପୌର ପରିଷଦର ସୁଇପର କଲୋନୀରେ ରହୁଥିବା ଅସହାୟ ମହିଳା ପଡ଼ାଲା କୁମାରୀଙ୍କୁ ନ୍ୟାୟ ଓ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ଆଗେଇ ଆସିଛନ୍ତି ସମାଜସେବୀ ଜସ୍ମିନ୍ ଶେଖ।
ପଡ଼ାଲା କୁମାରୀଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଇ ଜସ୍ମିନ୍ ଶେଖ ତାଙ୍କୁ ସାଖୀ ୱାନ୍ ଷ୍ଟପ୍ ସେଣ୍ଟରକୁ ନେଇ ଆବଶ୍ୟକ ସହାୟତା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଠାରେ ପଡ଼ାଲା କୁମାରୀଙ୍କୁ ଆଇନଗତ ସହାୟତା ଓ ସାମାଜିକ ସହଯୋଗ ଯୋଗାଇଦେବା ସହ ତାଙ୍କର ତିନି ଜଣ ଛୁଆଙ୍କ ପାଠପଢ଼ା ପାଇଁ ଶିକ୍ଷାଗତ ସହାୟତା କିପରି ମିଳିପାରିବ, ସେ ନେଇ ଉଦ୍ୟମ କରାଯାଇଛି।

ଏହି କାର୍ଯ୍ୟରେ ସାଖୀ ୱାନ୍ ଷ୍ଟପ୍ ସେଣ୍ଟରର ସେଣ୍ଟର ଆଡମିନ୍ ସୁନିତା ରଥଙ୍କ ସମେତ ଭବାନୀ, ସୁନିତା ମହାରଣା, ମଧୁସ୍ମିତା ସାହୁ ଓ ମୋହିନୀ ପ୍ରମୁଖ ସହଯୋଗର ହାତ ବଢ଼ାଇଛନ୍ତି।
ପଡ଼ାଲା କୁମାରୀ ଓ ତାଙ୍କର ତିନି ଜଣ ଛୁଆ ଯେପରି ଉପଯୁକ୍ତ ସହାୟତା ପାଇବା ସହ ନ୍ୟାୟ ପାଇପାରିବେ, ସେଥିପାଇଁ ନିରନ୍ତର ପ୍ରୟାସ କରାଯିବ ବୋଲି ସମାଜସେବୀ ଜସ୍ମିନ୍ ଶେଖ ପ୍ରକାଶ କରିଛନ୍ତି।
ଏହି ପଦକ୍ଷେପ ଅସହାୟ ମହିଳାଙ୍କୁ ସହାୟତା ପ୍ରଦାନ କରିବା ସହ ତାଙ୍କ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ଆଶା ସୃଷ୍ଟି କରିଛି।