ରାଣୀପେଣ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ।

0

ଗଜପତି,୧୩.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା କାଶୀନଗର ବ୍ଲକ୍‌ ଅନ୍ତର୍ଗତ ରାଣୀପେଣ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଜପତି ପକ୍ଷରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ, ଶିଶୁ ଅଧିକାର ଓ ସୁରକ୍ଷା, ପୋକ୍ସୋ ଆଇନ-୨୦୧୨, କିଶୋର ନ୍ୟାୟ ଆଇନ, ପୋଶ୍ ଆଇନ ଏବଂ ଭାରତୀୟ ସମ୍ବିଧାନର ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା।କାର୍ଯ୍ୟକ୍ରମରେ ସମାଜସେବୀ ଲିଙ୍ଗରାଜ ପାଣିଗ୍ରାହୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମମୂର୍ତ୍ତି ଏବଂ ଶିକ୍ଷକ ରମଣ ପ୍ରମୁଖ ଯୋଗଦେଇ ବାଲ୍ୟ ବିବାହର କୁପରିଣାମ, ଶିଶୁଙ୍କୁ ଯୌନ ଶୋଷଣରୁ ସୁରକ୍ଷା, ମହିଳାଙ୍କ ଅଧିକାର ଓ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ।

ଏଥିସହ ଆଇନଗତ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମିଳୁଥିବା ନିଃଶୁଳ୍କ ଆଇନ ସହାୟତା ଓ ପରାମର୍ଶ ବିଷୟରେ ମଧ୍ୟ ଅବଗତ କରାଯାଇଥିଲା। ଶିଶୁ ଓ ମହିଳାଙ୍କ ସୁରକ୍ଷା ସହ ଆଇନ ସଚେତନତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।

Leave A Reply

Your email address will not be published.