ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ଥଇଥାନ କଲେ ସମାଜସେବୀ ଜସ୍ମିନ୍ ଶେଖ ।

0

ଗଜପତି,୧୩.୧୧.(ମନୋଜ କୁମାର ପାଢୀଙ୍କ)-:ପାରଳାଖେମୁଣ୍ଡି ପୌର ପରିଷଦର ୧ ନମ୍ବର ୱାର୍ଡ ଅନ୍ତର୍ଗତ ରାମନଗର ସାହିରୁ ଜଣେ ଅସହାୟ ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରି ମାନବିକତାର ପରିଚୟ ଦେଇଛନ୍ତି ସମାଜସେବୀ ଜସ୍ମିନ୍ ଶେଖ।

ସୂଚନା ଅନୁଯାୟୀ, ଉକ୍ତ ବୃଦ୍ଧା ମହିଳାଙ୍କ ନାମ ବି. କମଳାମ୍ମା। ତାଙ୍କର ମାନସିକ ସ୍ଥିତି ଭଲ ନଥିବାରୁ ସେ ନିଜ ଘର, ପରିବାର ଏବଂ ଠିକଣା ସମ୍ପର୍କରେ ସ୍ପଷ୍ଟ ଭାବେ କିଛି କହିପାରୁ ନାହାନ୍ତି। ତାଙ୍କୁ ଘରୁ ବାହାର କରିଦିଆଯାଇଥିବା କଥା ସେ କହିଥିବା ଜଣାପଡ଼ିଛି। ଫଳରେ ସେ ଅସହାୟ ଅବସ୍ଥାରେ ରହୁଥିଲେ।

ଏହି ଖବର ପାଇବା ପରେ ସମାଜସେବୀ ଜସ୍ମିନ୍ ଶେଖ ତାଙ୍କୁ ଉଦ୍ଧାର କରି ଏକ ବୃଦ୍ଧାଶ୍ରମରେ ନେଇ ରଖିବାର ବ୍ୟବସ୍ଥା କରିଛନ୍ତି।

ଏଥିସହ ସୋସିଆଲ ମିଡିଆ ମାଧ୍ୟମରେ ଜସ୍ମିନ୍ ଶେଖ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ, ବି. କମଳାମ୍ମାଙ୍କୁ ଯଦି କେହି ଚିହ୍ନିଥାନ୍ତି କିମ୍ବା ତାଙ୍କ ପରିବାର ଓ ଆତ୍ମୀୟସ୍ୱଜନଙ୍କ ବିଷୟରେ ଜାଣିଥାନ୍ତି, ତେବେ ସେମାନେ ସମାଜସେବୀ ଜସ୍ମିନ୍ ଶେଖଙ୍କ ସହ ଯୋଗାଯୋଗ କରି ତାଙ୍କ ପରିବାରର ସନ୍ଧାନ ଦେବାକୁ ଆଗେଇ ଆସନ୍ତୁ।

ଜଣେ ଅସହାୟ ବୃଦ୍ଧାଙ୍କୁ ସହାୟତାର ହାତ ବଢ଼ାଇ ତାଙ୍କର ସୁରକ୍ଷା ଓ ଥଇଥାନ ପାଇଁ ଉଦ୍ୟମ କରିଥିବାରୁ ସମାଜସେବୀ ଜସ୍ମିନ୍ ଶେଖଙ୍କ ଏହି ମାନବିକ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି।

ଅନୁରୋଧ: ବି. କମଳାମ୍ମାଙ୍କ ସମ୍ପର୍କରେ କୌଣସି ସୂଚନା ଥିଲେ ଦୟାକରି ସମାଜସେବୀ ଜସ୍ମିନ୍ ଶେଖଙ୍କ ସହ ଯୋଗାଯୋଗ କରନ୍ତୁ।

Leave A Reply

Your email address will not be published.