ନମସ୍ତେ ପଦ୍ମିନୀ ମାଆ 

 

==============

ନମସ୍ତେ ନମସ୍ତେ ମାଆ ସାଗର ଦୁଲଣୀ l

ନମସ୍ତେ ନମସ୍ତେ ମାତ ବିଶ୍ଵଠାକୁରାଣୀ ll

ନମସ୍ତେ ନମସ୍ତେ ମାତ ବୈକୁଣ୍ଠବିଳାସୀ l

ବିଷ୍ଣୁବାମା ବିଷ୍ଣୁଅଙ୍ଗେ ବିଷ୍ଣୁଙ୍କ ପ୍ରେୟସୀ ll

ନମସ୍ତେ ପଦ୍ମିନୀ ମାଆ ଶ୍ୱେତପଦ୍ମାସନୀ l

ଶଙ୍ଖ ଚକ୍ର ହସ୍ତେ ମାଆ କମଳ ନୟନୀ ll

ଶ୍ରୀମତୀ ଶ୍ରୀମୟୀ ମାତ ଶିରିପତି ପ୍ରିୟା l

ସର୍ଵ ଶିରି ପ୍ରଦାୟୀକେ ବିଶ୍ବ ବନ୍ଦନୀୟା ll

ଅଷ୍ଟଲକ୍ଷ୍ମୀ ରୂପେ ମାଆ ଅଷ୍ଟ ସିଦ୍ଧିଦାତ୍ରୀ l

ଶ୍ରୀପିଠଇଶ୍ଵରୀ ଲୋକମାତା ଜଗଦ୍ଧାତ୍ରୀ ll

ଶ୍ରୀସୁକ୍ତ ବନ୍ଦିତେ ମାତ ନମଃ ନାରାୟଣୀ l

କ୍ଷେତ୍ରବରେ ଲୀଳାକଲୁ ଖାଣ୍ଟି ଓଡ଼ିଆଣୀ ll

କ୍ଷୀରାବ୍ଧୀ ତନୟା, ରମା କନକ ବରନୀ l

କେତେ ନାମ ବହୁ ମାତ ଉଲ୍ଲୁକବାହନୀ ll

ଇନ୍ଦିରା ଲୋକଜନନୀ ମାତ ପଦ୍ମାଳୟା l

ଦୟା ରଖି ଥିବୁ ସଦା ଜୀବଙ୍କ ଆଶ୍ରୟା ll

🙏🙏🙏

ଅର୍ଜୁନୀ

———–

ଅର୍ଜୁନୀ ଚରଣ ବେହେରା

ମୋ -୭୬୯୩୦୯୧୯୭୧

Comments are closed.