Browsing Category

କବିତା

ଜୟ ମାଆ ଭଦ୍ରକାଳି

ସାଳନ୍ଦୀ ତଟୀନୀ ତଟ ବିହାରିଣୀ l ମାଆ ଭଦ୍ରକାଳୀ ଅଭୟ ଦାୟିନୀ ll ଚାରିଭୁଜେ ଶୋହେ ଖଡ଼ଗ ଖର୍ପର l ଜପାମାଳି ଶିଶୁକୃଷ୍ଣ କୋଳେ ତୋର ll ପଦ୍ମାସନୀ ମାଆ ବାହନ କେଶରୀ l ଆମ୍ବା,ଅମ୍ବିକା ମା'ଶଙ୍କରୀ ଗଉରୀ ll କାଳି, କରାଳିନି,କରାଳ ବଦନୀ l ଶିବାଶନି ମାଆ ନୃମୁଣ୍ଡ ମାଳିନୀ ll…

ଇଚ୍ଛା ମୃତ୍ୟୁ

ଜାପାନ ଦେଶକୁ ବୃଦ୍ଧଂକର ଦେଶ ଲୋକେ ଆଖ୍ୟା ଦେଇଥାନ୍ତି ତ୍ରୀଂଶ ପ୍ରତିଶତ ବୃଦ୍ଧ ବୃଦ୍ଧା ଏଠି ବସବାସ କରିଥାନ୍ତି। ନିଃସଙ୍ଗ ଜୀବନ କଟାଇ ଥାଆନ୍ତି ରୋବର୍ଟ କେବଳ ସାଥୀ ପାଖରେ ନ ଥାନ୍ତି ଝିଅ, ଜ୍ବାଇଁ ଅବା ପୁଅ ବୋହୂ ଆଉ ନାତି। ଏ ପରିପ୍ରେକ୍ଷୀରେ ଜାପାନର ବୃଦ୍ଧ…

ପ୍ରେମମୟୀ ରାଧା

ନମଃ ବୃନ୍ଦାବନେଶ୍ୱରୀ ପ୍ରେମମୟୀ ରାଧା l ତୋର ପ୍ରେମବିନା ମାତ ଜୀବନଟା ଅଧା ll ତପ୍ତକାଞ୍ଚନ ଗୌରଙ୍ଗୀ ଶ୍ରୀମତୀ ରାଧିକା l ତଵ ନାମେ ବାଜେ ମଧୁବନ ବଂଶୀ ଏକା ll ରାଧାକୃଷ୍ଣ ଏକ ବିଜେ ଦୁଇ ଗୋଟି ଫାଳ l ରାଧା ବିନା କୃଷ୍ଣ କାହିଁ ଶ୍ରୀନନ୍ଦଗୋପାଳ ll କୃଷ୍ଣ ନ ମିଳନ୍ତି ଛାଡ଼ି ରାଧା…

ଗୁରୁ

ଗୁରୁ ସାରଥି ରଥର ଚଳାନ୍ତି ଜୀବନ ପଥ ଧରି ଅଙ୍ଗୁଳି ହାତର । ଗୁରୁ ପଥ ପ୍ରଦର୍ଶକ ଦେଖାନ୍ତି ଜ୍ଞାନର ପଥ ପାଲଟି ଏକ ଦୀପକ । ଗୁରୁ ସ୍ବୟଂ ଭଗବାନ ଦେଇଥାନ୍ତି ଆଶୀର୍ବାଦ ଜୀଇଁବାକୁ ଏ ଜୀବନ । ଗୁରୁ ଚବିଶଙ୍କୁ ମାନି ଶିଷ୍ୟ ସେଇ ଅବଧୂତ ଥିଲେ ହୋଇ ମହାଜ୍ଞାନୀ । ଗୁରୁ ଅଭୟ ପ୍ରଦାତା…

ଜୀବନ ଡ଼ଙ୍ଗା

ମନକୁ ଯେତେ ବୁଝାଇଲେ ବୁଝୁନି ଏଇ ମନ କଦାପି ଏମିତି ଜୀବନ ରହି କେତେ ସାମ୍ନା କରୁଥିବ ଭାଗ ଫଳ ଓ ଭାଗ ଶେଷ ଅମିମାଂସିତ ରଖିବାକୁ l ଏ ଜୀବନ ଡଙ୍ଗାରେ ନାଉରୀଟିଏ ସାଜି ଆଶା , ସମ୍ଭାବନାକୁ ଲକ୍ଷ୍ୟକରି ଜୀବନ ସ୍ରୋତ ବଞ୍ଚିବାର ରାହା ବଦଳାଇ ଦେଇପାରେ l ଜୀବନ ଅଛିତ ଦୁଃଖ…

ଜୟ ଗଙ୍ଗାକାଳି

ନମଃ କରାଳ ଵଦନୀ କଙ୍କାଳୀ କରାଳି l କଲିକତା ଅଧିଶ୍ୱରୀ ନମଃ ଗଙ୍ଗା କାଳି ll ଖଡ୍ଗହସ୍ତା ଲୋଳଜିହ୍ୱା ଉନ୍ମୁକ୍ତ ଯୌବନୀ l ମୁକ୍ତକେଶୀ ଚାରୁହାସୀ କରାଳ ଦଶନୀ ll ସୁବର୍ଣ୍ଣରେ ହସ୍ତ, ପାଦ, ସୁବର୍ଣ୍ଣରେ ଜିହ୍ଵା l ଜଗତଜନନୀ ମାଆ ଜୀବେ ରଖୁ ଦୟା ll ଶିବାରୁଢ଼ା ଦିଗାମ୍ବରୀ ମନ୍ଦାରରେ…

ନୂଆଖାଇ ଜୁହାର

ଢୋଲ ବାଜେ ଢାଉଁ ଢାଉଁ ବାଜୁଛି ମାଦଳ l ପଶ୍ଚିମ ଓଡିଶା ଆଜି ଆନନ୍ଦେ ଉଦବେଳ ll ଡାଲଖାଇ ନାଚେ ନନୀ କମ୍ପାନ୍ତି ମେଦିନୀ l ଝୋଟି ପକାଉଛେ ଘରେ କୃଷକ ଘରଣୀ ll ନୂଆ ଚାଉଳରେ ଖିରୀ ଜାତି ଜାତି ପିଠା l ମଣ୍ଡା,କାକରା,ଆରିସା,ଏଣ୍ଡୁରୀ, ଗଇଁଠା ll ବିଦେଶୁ ଅଇଲେ ସର୍ବେ ପରଦେଶୀ ଭାଈ l…

ଶୀର୍ଷକ :- ଅଗ୍ରପୂଜ୍ୟ ଶ୍ରୀ ଗଣେଶ

ଦେବା ଦେବୀଙ୍କ ପୂରୁବେ ଗଜାନନ ତୁମେଜେ ପୂଜିତ ଅଜ୍ଞାନ ଅନ୍ଧକାର ଆଲୋକ କର ଜ୍ଞାନ ପ୍ରକାଶିତ ।। ତୁମ କରୁଣାରୁ ଚାଲିଛି କଲମ ପ୍ରଭୁ ଗଣପତି ବିଦ୍ୟା ଭଣ୍ଡାର ପ୍ରଭୁ ଜ୍ଞାନ ସାଗର ଅଗତିର ଗତି ।। ଜୟ ବକ୍ରତୁଣ୍ଡ, ଶୋଭେଗଜମୁଣ୍ଡ ଜୟ ଶ୍ରୀ ଗଣେଶ ମୂଷିକ ବାହନ ଦୁଃଖ ନେଇଦିଅ ମୁଖରେ…

ନମସ୍ତେ ସମଲେଶ୍ୱରୀ

ନମସ୍ତେ ସମଲେଶ୍ଵରୀ ହୀରାଖଣ୍ଡ ରାଣୀ l ନମସ୍ତେ ମଙ୍ଗଳା ବିଶ୍ୱ ବନ୍ଦ୍ୟ ଠାକୁରାଣୀ ll ମଙ୍ଗଳେ ମଙ୍ଗଳମୟୀ ମା' ମଙ୍ଗଳଚଣ୍ଡୀ l ମୁଖ ଶୋଭା ହିଙ୍ଗୁଳ ସିନ୍ଦୁର ଥାଉ ମଣ୍ଡି ll ହିମାଦ୍ରୀ ତନୟା ମାତ ନାମ ହୈମବତୀ l ପର୍ବତନନ୍ଦିନୀ ଯେଣୁ ତୋ ନାମ ପାର୍ବତୀ ll ଶିବଙ୍କୁ ଲଭିଲୁ କେତେ କାଳ…

ଶ୍ରୀ ଗଣେଶ

ବିଘ୍ନ ବିନାଶକ ଗଉରୀ ନନ୍ଦନ ଆହେ ପ୍ରଭୁ ଗଜାନନ ଏତେ ବଡ଼ ଵପୁ କେମିତି ବୋହୁଛି କ୍ଷୁଦ୍ର ମୂଷିକ ବାହନ l ଛବି ଦେଖି ଯାହା ଅନୁମାନ କରୁ ଲାଗଇ ବଡ଼ ବିଚିତ୍ର ଅଗ୍ର ପୂଜ୍ୟ ଦେବ ବିଦ୍ୟା ଦାତା ପ୍ରଭୁ ମହାଦେବଙ୍କ ସୁପୁତ୍ର l ତୁମ ମୃତ୍ତି ପୂଜା ପ୍ରତି ସ୍ଥାନେ ଶୋଭା ବିଦ୍ୟାଳୟ ମୁଖ୍ୟ…