ଜୀବନ ଡ଼ଙ୍ଗା

ମନୋଜ କୁମାର ଦାସ

ମନକୁ ଯେତେ ବୁଝାଇଲେ
ବୁଝୁନି ଏଇ ମନ କଦାପି
ଏମିତି ଜୀବନ ରହି
କେତେ ସାମ୍ନା କରୁଥିବ
ଭାଗ ଫଳ ଓ ଭାଗ ଶେଷ
ଅମିମାଂସିତ ରଖିବାକୁ l

ଏ ଜୀବନ ଡଙ୍ଗାରେ
ନାଉରୀଟିଏ ସାଜି
ଆଶା , ସମ୍ଭାବନାକୁ
ଲକ୍ଷ୍ୟକରି ଜୀବନ ସ୍ରୋତ
ବଞ୍ଚିବାର ରାହା
ବଦଳାଇ ଦେଇପାରେ l

ଜୀବନ ଅଛିତ
ଦୁଃଖ କଷ୍ଟ ସହିବାକୁ ହେବ
ମଙ୍ଗ ଠିକ୍ ଧରିଥିଲେ
ଏ ପାରିରୁ ସେପାରି କୁ
ସହଜରେ ଅତିକ୍ରମ କରିଯିବ l
ଏଇତ ଜୀବନର ମୂଲ୍ୟ l
################
ଆଳିଜଙ୍ଗା, କପାଳେ ଶ୍ଵର,

କେନ୍ଦ୍ରାପଡ଼ା,୯୯୩୭୧୭୮୭୫୫

Comments are closed.