ଗୁରୁ

ସନାତନ ମହାକୁଡ଼

ଗୁରୁ ସାରଥି ରଥର
ଚଳାନ୍ତି ଜୀବନ ପଥ
ଧରି ଅଙ୍ଗୁଳି ହାତର ।
ଗୁରୁ ପଥ ପ୍ରଦର୍ଶକ
ଦେଖାନ୍ତି ଜ୍ଞାନର ପଥ
ପାଲଟି ଏକ ଦୀପକ ।
ଗୁରୁ ସ୍ବୟଂ ଭଗବାନ
ଦେଇଥାନ୍ତି ଆଶୀର୍ବାଦ
ଜୀଇଁବାକୁ ଏ ଜୀବନ ।
ଗୁରୁ ଚବିଶଙ୍କୁ ମାନି
ଶିଷ୍ୟ ସେଇ ଅବଧୂତ
ଥିଲେ ହୋଇ ମହାଜ୍ଞାନୀ ।
ଗୁରୁ ଅଭୟ ପ୍ରଦାତା
ନାଶନ୍ତି ମନରୁ ଭୀତି
ହୋଇଣ ଭାଗ୍ୟ ବିଧାତା ।
ଗୁରୁ ଛଡ଼ା ଏ ଜୀବନ
ସତେ ଅଟେ ଯେଇମିତି
ବୃକ୍ଷ ପ୍ରାଣୀ ବିନା ବନ ।

* ଗ୍ରାମ/ପୋ.ଅ- ବେରୁଆଁବାରୀ
ଜିଲ୍ଲା-ନୟାଗଡ-୭୫୨୦୮୨, ଓଡ଼ିଶା ।
ଦୂରଭାଷ:୦୯୩୩୯୬୧୦୧୬୮
ଇ-ମେଲ-sanmahakud@gmail.com
ୱେବସାଇଟ: www.sanatanmahakud.in

Comments are closed.