ଇଚ୍ଛା ମୃତ୍ୟୁ

ଅକ୍ଷୟ ମହାନ୍ତି। ନିର୍ମାଲ୍ୟ

ଜାପାନ ଦେଶକୁ
ବୃଦ୍ଧଂକର ଦେଶ
ଲୋକେ ଆଖ୍ୟା ଦେଇଥାନ୍ତି
ତ୍ରୀଂଶ ପ୍ରତିଶତ
ବୃଦ୍ଧ ବୃଦ୍ଧା ଏଠି
ବସବାସ କରିଥାନ୍ତି।

ନିଃସଙ୍ଗ ଜୀବନ
କଟାଇ ଥାଆନ୍ତି
ରୋବର୍ଟ କେବଳ ସାଥୀ
ପାଖରେ ନ ଥାନ୍ତି
ଝିଅ, ଜ୍ବାଇଁ ଅବା
ପୁଅ ବୋହୂ ଆଉ ନାତି।

ଏ ପରିପ୍ରେକ୍ଷୀରେ
ଜାପାନର ବୃଦ୍ଧ
ଆତ୍ମହତ୍ୟା କରିଥାଏ
ଏମିତି ଜୀବନ
ଜୀଇବାକୁ କୁହ
କିଏ ଅବା ଭଲ ପାଏ???

ଫ୍ରାନ୍ସ ଦେଶର
କେନ୍ସ ସହରରେ
ସମ୍ମିଳନୀ ହୋଇଥିଲା
ଜାପାନ ଦେଶର
ଚଳଚ୍ଚିତ୍ରଟିଏ
ପ୍ରଦର୍ଶିତ ହୋଇଥିଲା।

ଚଳଚିତ୍ର ନାମ
ପ୍ଲାନ ପଚସ୍ତରୀ
ଅତ୍ୟନ୍ତ ଦୁଃଖଦ ଥିଲା
ପଚସ୍ତରୀ ପରେ
ଚୁକ୍ତି ପତ୍ରଟିଏ
ସ୍ବାକ୍ଷରିତ ହୋଇଥିଲା।

ଅର୍ଥ କିଛି ନେଇ
ବୃଦ୍ଧ ମଣିଷଟି
ଇଚ୍ଛା ମୃତ୍ୟୁ ନେଇ ଯିବ
ଏହି ଉପାୟରେ
ଜାପାନ ଦେଶରୁ
ଲୋକ ସଂଖ୍ୟା କମିଯିବ।

ଭାରତବର୍ଷରେ
ଜନ୍ମ ସଂଖ୍ୟା ସିନା
ଧୀରେ ଧୀରେ କମୁଅଛି
ମୃତ୍ୟୁ ସଂଖ୍ୟା କିନ୍ତୁ
ଜମା ବଢୁ ନାହିଁ
ଜନସଂଖ୍ୟା ବଢୁଅଛି।

ବାର୍ଧକ୍ୟ ଭତ୍ତାଟା
ଯାହା ବି ମିଳୁଛି
ସମୁଦ୍ରକୁ ଶଙ୍ଖେ ପାଣି
ଦଲାଲମାନେ ବି
ହଡପ କରନ୍ତି
ସବୁ କିଛି ଜାଣି ଶୁଣି।

ଜିନିଷ ପତ୍ରର
ଦାମ୍ ବଢୁଅଛି
ଭତ୍ତା ଜମା ବଢୁନାହିଁ
ବୁଢ଼ା ବୁଢୀମାନେ
କେମିତି ଚଳିବେ
ବୁଦ୍ଧିବାଟ ଦିଶୁ ନାହିଁ।

ଆୟୁର୍ବିଜ୍ଞାନଟା
ବଢାଇ ଦେଲାଣି
ବୁଢା ବୁଢୀଂକର ଆୟୁ
ମରିବାକୁ କେହି
ରାଜି ବି ନୁହଁନ୍ତି
ଯେତେ କଷ୍ଟ ସିଏ ପାଉ।

ଆମ ଦେଶ ଲୋକେ
ବଂଚି ରହୁଛନ୍ତି
ପଂଚାଅଶୀ ବର୍ଷ ଯାଏ
ଘୁସୁରି ଘୁସୁରି
ବଂଚିଥିବେ ସିନା
ମରିବେନି ଜମା ସିଏ।

ବରିଷ୍ଠ ଲୋକଙ୍କୁ
ସ୍ବତନ୍ତ୍ର ସୁବିଧା
ଆମ ଦେଶ ଦେଇଥାଏ
ଜାପାନ ଦେଶରେ
ପ୍ଲାନ୍ ପଚସ୍ତରୀ
ନିତି ଚିନ୍ତା କରାଯାଏ।
*******
ମୋ ନଂ ୯୯୩୭୪୬୨୫୦୭

Comments are closed.