Browsing Category

କବିତା

ଖୁଦୁରୁକୁଣୀ

ଭାଇ ମାନଙ୍କର ଶୁଭ ମନାସି କି ପୂଜନ୍ତି ଖୁଦୁରୁକୁଣୀ ସକାଳେ ଗାଧୋଇ ବାଲୁଙ୍କା ପୂଜନ୍ତି ରାତି ହେଲେ ଭାଲୁକୁଣୀ l ରବିବାର ଦିନ ପାହାନ୍ତା ପହରୁ ସାହି ଝିଅଙ୍କର ମେଳି ବିଭିନ୍ନ ଜାଗାରୁ ଜାତି ଜାତି ଫୁଲ ସରାଗେ ଆଣନ୍ତି ତୋଳି l ଓଦା ଜୁଡୁ ବୁଡୁ ଗାଧୁଆ ତୁଠରେ ମାଟିରେ ତୋଳି…

ରାତି ଗଲା ଏବେ ପାହି

ବାୟସେ ରଟିଲେ ପେଚକ ଲୁଚିଲେ ରାତି ଗଲା ଏବେ ପାହି l ପୂରୁବ ଦିଗରୁ ସୂରୁଜ ଦେବତା ଧୀରେ ଆସୁଛନ୍ତି ଉଇଁ ll ହୁକେ ହୋ ଡାକି ପାହାନ୍ତି ପହରୁ ଜମ୍ବୁକେ ଲୁଚିଲେ ବଣେ l ବାରନାରୀ ପୁରୁ ଦାର ପଳାଇଲେ ଅନ୍ଧକାର ଅବସାନେ ll ହରେ କୃଷ୍ଣ ହରେ ରାମ ରଟୁଛନ୍ତି ପଞ୍ଜୁରୀ ଭିତରେ ଶାରୀ l କରଟ…

ଗଣେଶ ବନ୍ଦନା

ନମସ୍ତେ ଦେବ ବିଘ୍ନ ରାଜ l ବିଘ୍ନବିନାଶେ ତୋର କାର୍ଯ୍ୟ ll ନମସ୍ତେ ଦେବ ବକ୍ର ତୁଣ୍ଡ l ମହା କାୟ ହେ ଗଜ ମୁଣ୍ଡ ll ନମସ୍ତେ ଗଉରୀ ନନ୍ଦନ l ସର୍ବାଗ୍ରେ ତୋହର ବନ୍ଦନ ll ନମସ୍ତେ ଦେବ ଲମ୍ବୋଦର l ହସ୍ତରେ ଅଙ୍କୁଶ ସୁନ୍ଦର ll ନମସ୍ତେ ଇନ୍ଦୁର ବାହନ l କ୍ଷୁଦ୍ର ନୟନ ଦୀର୍ଘ କର୍ଣ୍ଣ…

ନାଉରିଆ

ଜନକ ମାତା କରି ସ୍ମରଣ । ମଥା ନୁଁଆଇ ତା ' ନଉକା ବରୁଣ ।। ମୁଣ୍ଡର ଝାଳ ତୁଣ୍ଡରେ ମାରି । ନାଉରୀ ଯାଉଛି ନାବ ଟିକୁ ଧରୀ ।। ପେଟ ପୋଷଣ ଲାଗି ନାବିକ । କୂଳେ ଲଗାଇ ଡ଼ଙ୍ଗା ସାଜେ ସେବକ ।। ଗମନା ଗମନ ପଥେ ଯାଇ । ଅନେକ ଦୂରରୁ ବିଦେଶୀ ବାଟୋଇ ।। ଭଉଁରୀ ଖେଳରେ ଚମକାଇ । ଦୁଇକୂଳ ଖାଇ…

ଶିଖରଚଣ୍ଡୀ ଲୋ ଶିଖରଚଣ୍ଡୀ

ଶିଖରଚଣ୍ଡୀ ଲୋ ଶିଖରଚଣ୍ଡୀ l ବସିଲୁ ପର୍ବତ ଶିଖର ମଣ୍ଡି ll ସିନ୍ଦୁର ମୁଣ୍ଡି ତୁ ହଳଦୀ ମୁଖୀ l ସବୁରି ବିପଦୁ ପାରୁ ତୁ ରଖି ll କୋଣାର୍କରେ ରାମଚଣ୍ଡୀକା ତୁହି l କଳାପାହାଡ଼କୁ ଥିଲୁ ଭଣ୍ଡାଇ ll କଟକେ ବୋଲାଉ କଟକଚଣ୍ଡୀ l ଭଉଣୀ ତୋହର ଶ୍ରୀଗଡ଼ଚଣ୍ଡୀ ll ବରୁଣାଇ ନାମେ ଖୁରୁଧା…

ସେବାମୂର୍ତ୍ତୀ ମଦର ଟେରେସା

ମମତାମୟୀ ମାଆ ସେ ବିଶାଳ ହୃଦୟ l ଆଜି ତାଙ୍କ ଜନ୍ମତିଥି ବିଶ୍ୱେ ଶୁଭେ ଜୟ ll କେଉଁ ପୁଣ୍ୟ ଲଗନରେ ମାଆ ଜନ୍ମ ଲଭି l ମରତକୁ ଆସିଥିଲ ସ୍ୱୟଂ ସେବା ଦେବୀ ll ମରଣଶୀଳ ମାନବେ କରି ତୁମ୍ଭେ ସେବା l ସେବାକୁ ତୁମ୍ଭର ଆଉ ଉପମା କି ଦେବା ll ମାନବ ସେବା ମାଧବ ସେବାବ୍ରତ କରି l ବିଶ୍ୱରେ…

ଶ୍ରୀକୃଷ୍ଣାଷ୍ଟକମ୍

ସର୍ବ ଦୋଷହାରୀ ଭୁବନ ପାଳକ ଗୋପୀଙ୍କ ହୃଦୟ ହାର l ତୋ ପଦେ ଲାଳସା ଲାଗି ରହୁ ମୋର କୃଷ୍ଣ ଘେନ ନମସ୍କାର ll ଏ ଭଵ ତାରଣ ନଉକା ତୁ ସିନା ଭବସିନ୍ଧୁ କର୍ଣ୍ଣଧାର l ଯଶୋମତିଙ୍କର ନୟନ ପିତୁଳୀ ନମସ୍ତେ ହେ ଦୁଗ୍ଧଚୌର ll ସର୍ବ ପାପ ହର ଭକ୍ତ ଚିତ୍ତ ଚୋର ବ୍ରଜେଶ ନନ୍ଦ ନନ୍ଦନ l ଶିଖି…

ଓଡିଶା

ମୁଖ୍ୟ ମନ୍ତ୍ରୀ ଆମ ନମ୍ବର ଉଆନ ରଖିଛନ୍ତି ରାଜ୍ୟ ଟେକ ମୁଖ୍ୟ ସଚିବଙ୍କ ବୟସ ସରୁନି ରହିବେ ମରିବା ତକ l ବାଇଶି ବରଷ ସରକାର ଆମ କାର୍ଯ୍ୟ ତ ବିଶ୍ୱ ସ୍ତରୀୟ ବେଙ୍ଗ ମୁତିଦେଲେ ଭାଷେ ରାଜଧାନୀ ରାସ୍ତାରେ ନର୍ଦମା ସୁଅ l ସରେ ନାହିଁ ଆମ ଜାଇକା ଯୋଜନା ମୃତାହତ ସଂଖ୍ୟା ବଢେ ପର୍ବ…

ଫିଙ୍ଗାଜାଲ

ଭୈରବ ବାବୁଙ୍କ ଅଜବ ନୀତି ଯୁଆଡେ ଲାଭ ସିଆଡେ ଗତି ଇଛା କଲେ ମାଛ ଖାଇବେ ବୋଲି କେନାଲ ଆଡେ ଗଲେ ସେ ବୁଲି ।। କେନାଲରେ ମାଛ ଖେଳିବା ଦେଖି ବାହାରିଲେ ସେ ଜାଲ ଦେଖି ପଡୋଶୀ ପାଖରୁ ପାଇଲେ ଜାଲ ଭାବିଲେ କେମିତି ପଡେ ସେ ଜାଲ  ।। ମାଛ ଧରାଳୀଙ୍କ ଜାଲ ପକା ଦେଖି…

ଧନୀ ହେବାର ନିଶା

ପ୍ରତିଯୋଗିତାଟା ନିଇତି ଚାଲିଛି ବଡ ଧନୀ କିଏ ହେବ ନାରୀମାନଙ୍କୁ ବି ସୁଯୋଗ ମିଳିଛି କିଏ ବା ପଛେଇ ଯିବ? ମୃତ୍ୟୁର ପ୍ରମାଣ ପତ୍ରଟିଏ ପାଇଁ ଆର ଆଇ ନେଉଛି ଲାଂଚ ଏକ ନାରୀ ସାଥେ ଆଉ ଏକ ନାରୀ ପୁରାଇ ଖେଳୁଛି ପେଂଚ। ଅପରାଧୀ ପଛେ ଗୋଡେଇ ଗୋଡେଇ ଭିଜିଲାନ୍ସ ଧରିଥାଏ ନାରୀ…