Sign in
Sign in
Recover your password.
A password will be e-mailed to you.
Browsing Category
କବିତା
ଆସୁଛନ୍ତି ଗଜାନନ
ଆସୁଛନ୍ତି ଗଜାନନ ଗୋଉରୀ ନନ୍ଦନ l
ଅଗ୍ର ପୂଜ୍ୟ ବିଘ୍ନରାଜ ଇନ୍ଦୁର ବାହନ ll
ଭାଦ୍ରବ ଶୁକ୍ଳ ଚତୁର୍ଥୀ ତାଙ୍କ ଦିବ୍ୟପୂଜା l
ସର୍ବବିଘ୍ନ ହରିନେବେ ପ୍ରଭୁ ବିଘ୍ନରାଜା ll
ପିତା ତାଙ୍କ ସଦାଶିବ ପ୍ରଭୁ ଆଶୁତୋଷ l
ନମସ୍କାରମାତ୍ରେ ବାବା ଲଭନ୍ତି ସନ୍ତୋଷ ll
ମାତା ପର୍ବତ ନନ୍ଦିନୀ…
ଦୁଇ ଭକ୍ତଙ୍କ ମାନ ରକ୍ଷା
ମର୍ତ୍ତ୍ୟରେ ରାଜତ୍ୱ ଏବେ ଦ୍ୱାପର ଯୁଗର l
ରାମେଶ୍ୱରେ ଭ୍ରମୁଥିଲେ ହନୁମାନ ବୀର ll
ତ୍ରେତୟା ରାମ ସେବକ ହନୁ କପିଶ୍ରେଷ୍ଠ l
ଧନୁର୍ଦ୍ଧର ଅର୍ଜୁନଙ୍କ ସଙ୍ଗେ ହେଲା ଭେଟ ll
ଶୁଣ ପାର୍ଥ ତ୍ରେତୟା ଯୁଗରେ ଏହିଠାରେ l
ଆମ୍ଭେ ବନ୍ଧ ବାନ୍ଧି ଥିଲୁ ସାଗର ବକ୍ଷରେ ll
ଲକ୍ଷ ଲକ୍ଷ ଭାଲୁ କପି…
ମୌସୁମୀ କବିତା ଆସର
ବାଲିସାହି: ପୂର୍ବ ମେଦିନୀପୁର, ପଶ୍ଚିମ ବଙ୍ଗର ଶ୍ରେୟଶୀ ସାହିତ୍ୟ ପରିବାରର ବଳିଷ୍ଠ ଉଦ୍ୟମରେ ଏକ ବହୁଭାଷୀ ଅନଲାଇନ ମୌସୁମୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଆସରରେ ପ୍ରତିବେଶି ବାଙ୍ଗଲାଦେଶ୍ ସହ ନିଜ ଦେଶର୍ ର୍ବିଭିନ୍ନ ରାଜ୍ୟରୁ ଉପସ୍ଥିତ କବିମାନେ ସ୍ବରଚିତ କବିତାମାନ ପାଠ କରିଥିଲେ…
ମହାଦେବଙ୍କ ହଟହଟା
ବୃକାସୁର ନାମେ ଥିଲା ଏକ ମହାଦୈତ୍ୟ l
ମହାବଳୀ ଶକୁନି ଦୈତ୍ୟର ସେହି ସୂତ ll
ଅମର ଅଭିଳାଷେ ସେ ଘୋର ତପକରି l
ତୋଷକଲା ରକ୍ଷଵୀର ପ୍ରଭୁ ତ୍ରିପୁରାରୀ ll
ତୋଷହୋଇ ପ୍ରଭୁ ଆଶୁତୋଷ ଶ୍ରୀଶଙ୍କର l
ପୁଚ୍ଛା କଲେ ରାକ୍ଷସକୁ କିସ ନେବୁ ବର ll
ବୃକାସୁର ଏଥେ ମହା ହର୍ଷ ଭର ହୋଇ l
କହିଲା…
ଡାକନ୍ତି ଡାମରା ଏବେ ରାତି ପାହିଲା
ଚମକି ଡାକନ୍ତି ଡାମରା ଏବେ ରାତି ପାହିଲା l
ଉଠଉଠ ସର୍ବେ ଜଗତବାସୀ ନକରି ହେଳା ll
ପ୍ରାଚୀ ଗଗନରେ ପ୍ରଭାତୀ ତାରା ଝଟକ ମଣି l
ମଥାମଣି ଯଥା ଶିନ୍ଥିର ଶୋଭା ଉଷାତରୁଣୀ ll
କମ୍ବୁ ନାଦ ଶୁଣି ଜମ୍ବୁକେ ଗଲେ ବଣରେ ଲୁଚି l
ହରେ କୃଷ୍ଣ ହରି କୀର୍ତ୍ତନ ଦେବାଳୟୁ ଶୁଭୁଛି ll
ମଙ୍ଗଳଆଳୟା…
ମୋ ଅନ୍ତରାଳେ
ଫଟା ହୃଦୟର ଆକ୍ତାମାକ୍ତା ଶବ୍ଦ ମାନଙ୍କୁ ଵୋକ ଦେଉ ଦେଉ
କେତେବେଳେ କବିଟିଏ ବନିଗଲି
ଜାଣି ପାରିଲିନି ।
ଉପେକ୍ଷିତ ସମ୍ପର୍କମାନଙ୍କୁ ସଜାଡୁ ସଜାଡୁ
କେତେବେଳେ ଅଣନିଃଶ୍ଵାସୀ ହେଇଗଲି
ଜାଣି ପାରିଲିନି।
ସମୟ ଓ ପରିସ୍ଥିତି ସହ ସାଲିସ୍ କରୁ କରୁ
କେତେବେଳେ ସ୍ଥାଣୁ ପାଲଟିଗଲି
ଜାଣି…
ଅମୃତ ମହୋତ୍ସବ 2022
ଲ୍ଲୀ ଠାରୁ ଦିଲ୍ଲୀ ସ୍ୱାଧୀନତା ସ୍ୱାଦ
ଚାଖି କରୁ ଆମେ ଗର୍ଵ
ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ପାଳୁଅଛୁ
ଅମୃତର ମହୋତ୍ସବ l
ଘରେ ଘରେ ଆମେ ପତାକା ଉଡାଇ
ଗର୍ବେ କହୁ ଭାରତୀୟ
ଯବାନଙ୍କ ଜୟ କିଷାନଙ୍କ ଜୟ
ଭାରତ ମାତାର ଜୟ l
ଲାଲ ବାଲ ପାଲ ସୁବାଷ ବାଜିଆ
ବକ୍ସି ଜଗବନ୍ଧୁ ଗାନ୍ଧୀ
ମନେ…
ଛନ୍ଦମୟୀ ବର୍ଷା
ଏବେ ପବନରେ, ମାଟିରେ,ଆକାଶରେ
ସଞ୍ଚରି ଯାଇଛି ତା' ଆସିବାର କଥା
ଝରଣା ଗାଉଛି ମୁଖର ସଙ୍ଗୀତ
ସ୍ରୋତସ୍ୱିନୀ ଲାଗିଲେଣି ପୂର୍ଣ୍ଣଗର୍ଭା
ମାଟିରୁ ଗଜୁରିଲେଣି ଅଙ୍କୁର
ଶ୍ୟାମଳ ସଂଜୀବନି ରେ ସଂଜୀବିତ
ବନ ଉପବନ, କାନନ କେଦାର
ମେଘୁଆ ଆକାଶ ଝରାଉଛି ପାଣି
ପରିବେଶ ଲାଗିଲାଣି ମଧୁକ୍ଷରା ।…
ପ୍ରତି ପ୍ରାଣେ ଦେଶ ପ୍ରିତୀ ଭରିବା
ଏ ଦେଶ ଆମ ଜଗଜନନି
ଆମ କରମ ଯେ ହିନିମାନିନୀ ׀
ଅଳସକୁ ଛାଡି କରମେ ଲାଗିବା
ପ୍ରତି ପ୍ରାଣେ ଦେଶ ପ୍ରିତୀ ଭରିବା ׀
ଏଇ ମାଆ ଗର୍ଭୁ ଆମ ଜନମ
ଏକ ଜନନୀ ସଂସ୍କୃତୀ ଧରମ ׀
ଏକ ପତକା ତଳେ ଏକ ହୋଇବା
ପ୍ରତି ପ୍ରାଣେ ଦେଶ ପ୍ରିତୀ ଭରିବା ׀
ଏ ମାଟି ମାର ମମତା କୁ ନେଇ
ଭାଙ୍ଗିବା ଆମେ ସକଳ…
ପ୍ରାଣର ଠାକୁର
ପିନ୍ଧୁଛି ଗଜରା ନାଉଛି ସିନ୍ଦୁର
କାହ୍ନୁ ତୁମ ନାମ ଧରି
ଟାଣୁଛି ଓଢ଼ଣୀ ଦେଖୁଛି ଆଇନା
ତୁମକୁ ସ୍ମରଣ କରି ।।୧।।
ଯାଉଛି ଯମୁନା ହୋଇ ମୁଁ ଅଧିର
ତୁମକୁ ଦର୍ଶନ କରି,
କି ମାୟା ଲଗାଇ ଦେଇଛ ନାଗର
ହେଉଛି ତୁମକୁ ଝୁରି ।।୨।।
ଘର ଗୃହସ୍ଥିରେ ମନ ଲାଗୁନାହିଁ
ସବୁ ଦିଏ ଭୂଲ୍ କରି…