ମୌସୁମୀ କବିତା ଆସର

ବାଲିସାହି: ପୂର୍ବ ମେଦିନୀପୁର, ପଶ୍ଚିମ ବଙ୍ଗର ଶ୍ରେୟଶୀ ସାହିତ୍ୟ ପରିବାରର ବଳିଷ୍ଠ ଉଦ୍ୟମରେ ଏକ ବହୁଭାଷୀ ଅନଲାଇନ ମୌସୁମୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଆସରରେ ପ୍ରତିବେଶି ବାଙ୍ଗଲାଦେଶ୍ ସହ ନିଜ ଦେଶର୍ ର୍ବିଭିନ୍ନ ରାଜ୍ୟରୁ ଉପସ୍ଥିତ କବିମାନେ ସ୍ବରଚିତ କବିତାମାନ ପାଠ କରିଥିଲେ ।
ଏହି ଆସରରେ ଶୋଭା ବର୍ଦ୍ଧନ କରିଥିଲେ ଗୁଜୁରାଟରୁ ରାନୁ ମୂଖାର୍ଜୀ, ଛତିଶଗଡ଼ରୁ ଦୁଲାଲ୍ ସମଦ୍ଦର୍, ବଙ୍ଗଳା ଦେଶରୁ ରାନା ଜାମାନ୍ ପ୍ରମୁଖ । ହିନ୍ଦି କବିତା ପାଠ କରିଥିଲେ ତପେସ୍ ଭୌମିକ୍ । ଅଧ୍ୟାପକ ଗଗନ ଚନ୍ଦ୍ର ଦେଙ୍କ୍ ସଂସ୍କୃତ କବିତାଗୁଡ଼ିକରେ ପାଠ ସମାଦ୍ରୁତ୍ ହୋଇ ପାରିଥିଲା । ଏହି ବହୁଭାଷୀ ମୌସୁମୀ କବିତା ଆସରରେ ବଙ୍ଗଳା କବିତା ପାଠ କରିଥିଲେ ସୁଶାନ୍ତ ସାହୁ ,ଗୌତମ ପ୍ରାମାନିକ୍ , ପ୍ରଣବ କାନ୍ତି ଭଟ୍ଟାଚାର୍ଯ୍ୟ ,ଦେବ କୁମାର୍ ମୂଖାର୍ଜୀ ଏବଂ ଖୁଦିରାମ୍ ନସ୍କର୍ । ଓଡି଼ଆ କବିତା ପାଠ କରିଥିଲେ ଖୋର୍ଦ୍ଧା ରୁ ବିଶିଷ୍ଟ କବୟତ୍ରି ଦେବଯାନୀ ରାୟ, ଭୋଗରାଇରୁ ତରୁଣ କୁମାର ଦାସ ଏବଂ ଯଶୋବନ୍ତ ପଟନାୟକ । ଏଇ ଆସର ସହ ଯୋଡ଼ିଥିଲେ ଯୋଗଗୁରୁ ଏବଂ କବି ସନାତନ ମହାକୁଡ଼ । ଦୁଇ ଘଣ୍ଟାର ଆସର ପରିଚାଲନା କରିଥିଲେ ପତ୍ରୀକାର ସମ୍ପାଦକ ବରୁଣ କୁମାର ଦାସ । ଇନ୍ଦ୍ରାନି ନାଗଙ୍କ୍ ହିନ୍ଦୀ କବିତା ପାଠ ଓ ଗୀତ ସହ ଆନୁଷ୍ଠାନିକ ପରି ସମାପ୍ତି ହୁଏ ଏଇ ଆସରର ।

Comments are closed.