୬ଷ୍ଠ ଦିନରେ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କଳାବ୍ୟାଚ ଆନ୍ଦୋଳନ ।

ଭୁବନେଶ୍ୱର : ଓଡିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ସମ୍ପୁର୍ଣ୍ଣ ଉଚ୍ଛେଦ ଓ ୬ବର୍ଷ ଚୁକ୍ତିଭିତ୍ତିକ ଚାକିରୀ ସମୟକୁ ପ୍ରମୋସନ, ଇନକ୍ରିମେଣ୍ଟ, ସିନିୟରଟିରେ ଗଣନା କରିବା ଦାବିରେ ଦୀର୍ଘ ୬ଦିନ ଧରି ସାରା ରାଜ୍ୟରେ କଳା ବ୍ୟାଚ ପିନ୍ଧି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପଦର୍ଶନ କରିଛନ୍ତି । ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ପୂର୍ବ ନିଦ୍ଧାରିତ ସୂଚନା ଅନୁଯାଇ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ (ଓଜିସିଇଏ) ପକ୍ଷରୁ ଅଗଷ୍ଟ ୧୬ ତାରିଖରୁ ସପ୍ତହ ବ୍ୟାପି ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ସମସ୍ତ ଚୁକ୍ତିଭିତିକ ଗ୍ରୁପ ବି,ସି ଏବଂ ଡି କର୍ମଚାରୀମାନେ କଳାବ୍ୟାଚ ପରିଧାନ କରିବା ସହିତ ଶାନ୍ତିପୂର୍ଣ୍ଣ ଭାବେ ନିଜର ଯଥୋଚିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରିଛନ୍ତି । ଏହି ବିକ୍ଷୋଭ ପଦର୍ଶନରେ ଓଡିଶା ସରକାରଙ୍କ ସମସ୍ତ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପରିବହନ, ସାମାଜିକ ସୁରକ୍ଷା, କୃଷି ଏବଂ ପଶୁ ସମ୍ପଦ, ଜଙ୍ଗଲ ଏବଂ ପରିବେଶ, ଶ୍ରମ ଓ ପୋଲିସ ଆଦି ବିଭିନ୍ନ ବିଭାଗରୁ କାର୍ଯ୍ୟରତ କର୍ମଚାରୀମାନେ ପ୍ରତ୍ୟେକ ଜିଲ୍ଲାର ବ୍ଲକ ସ୍ତରରେ ଅବସ୍ଥାପିତ ମୂଖ୍ୟ ଦପ୍ତରଠାରୁ ଆରମ୍ଭ କରି ଭୂବନେଶ୍ୱର ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଚୁକ୍ତିଭିତିକ ଗ୍ରୁପ ବି,ସି ଏବଂ ଡି କର୍ମଚାରୀମାନେ କଳାବ୍ୟାଚ ପରିଧାନ କରି କାର୍ଯ୍ୟ କରିବା ସହ ମଧ୍ୟାହ୍ନ ବରତି ସମୟରେ ଫ୍ଲାକ କାର୍ଡ ଧରି ବିକ୍ଷେଭ ପଦର୍ଶନରେ ସାମିଲ ହେଉଛନ୍ତି । ଚୁକ୍ତିଭିତ୍ତିକ ନିଯୁକ୍ତି ସମ୍ପୁର୍ଣ୍ଣ ଉଚ୍ଛେଦ ଓ ୬ବର୍ଷ ଚୁକ୍ତିଭିତ୍ତିକ ଚାକିରୀ ସମୟକୁ ପ୍ରମୋସନ, ଇନକ୍ରିମେଣ୍ଟ, ସିନିୟରଟିରେ ଗଣନା ଦୁଇଟି ମୁଖ୍ୟଦାବି ସହ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟରେ ମହଙ୍ଗା ଭତ୍ତା, ଘରଭଡା ଏବଂ ସମସ୍ତ ସରକାରୀ ଅନୁସଙ୍ଗିକ ସୁବିଧା ଇତ୍ୟାଦି ପ୍ରଦାନ ନେଇ କଳାବ୍ୟାଚ ପରିଧାନ ଏବଂ ଶାନ୍ତି ପୂର୍ଣ୍ଣ ବିକ୍ଷୋଭ ପଦର୍ଶନ ସମାବେଶ ସାରା ରାଜ୍ୟରେ ଅଗଷ୍ଟ ୧୬ତାରିଖରୁ ସେପ୍ଟେମ୍ବର ୧୦ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଯଦି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଗକୁ ଦେଇଥିବା ପ୍ରତିଶୃତି ଅନୁଯାଇ ସେମାନଙ୍କ ଦାବି ଗୁଡିକୁ ପୁରଣ ନକରନ୍ତି ତେବେ ମହାସଙ୍ଘର ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସେପ୍ଟେମ୍ବର୧୧ ଭୂବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗ ଠାରେ ଏକ ବୃହତ୍ ଆନ୍ଦୋଳନରେ ସାମିଲ ହେବେ ବୋଲି ମହାସଙ୍ଘର ଜିଲ୍ଲା ଉପଦେଷ୍ଟା ଅନିତା ବେହେରା, ସଭାପତି ପ୍ରିତି ରଞ୍ଜନ ପ୍ରଧାନ, ସମ୍ପାଦକ ସୁଧାଶୁଂ ଶେଖର ପ୍ରଧାନ, ଉପସଭାପତି ବିଜ୍ଞାଶ୍ରୀ ସାହୁ, ଗଣମାଧ୍ୟମ ସମ୍ପାଦକ ଜୟଶ୍ରୀ ସାହୁ, କୋଷାଧ୍ୟକ୍ଷ ଦିଲ୍ଲିପ କୁମାର ଖଟୁଆ ଓ ପ୍ରମୁଖ ନେତୃମଣ୍ଡଳୀ ପ୍ରେସ ରିଲଜଦ୍ୱାରା ଜଣାଇଛନ୍ତି ।

Comments are closed.