ପ୍ରତି ପ୍ରାଣେ ଦେଶ ପ୍ରିତୀ ଭରିବା

ସୁନିତା ଗୌଡ଼

ଏ ଦେଶ ଆମ ଜଗଜନନି
ଆମ କରମ ଯେ ହିନିମାନିନୀ ׀
ଅଳସକୁ ଛାଡି କରମେ ଲାଗିବା
ପ୍ରତି ପ୍ରାଣେ ଦେଶ ପ୍ରିତୀ ଭରିବା ׀
ଏଇ ମାଆ ଗର୍ଭୁ ଆମ ଜନମ
ଏକ ଜନନୀ ସଂସ୍କୃତୀ ଧରମ ׀
ଏକ ପତକା ତଳେ ଏକ ହୋଇବା
ପ୍ରତି ପ୍ରାଣେ ଦେଶ ପ୍ରିତୀ ଭରିବା ׀
ଏ ମାଟି ମାର ମମତା କୁ ନେଇ
ଭାଙ୍ଗିବା ଆମେ ସକଳ ପ୍ରାଚୀର ׀
ଭୁଲି ଭେଦ ଭାବ ଜାଗି ଉଠିବା
ପ୍ରତି ପ୍ରାଣେ ଦେଶ ପ୍ରିତୀ ଭରିବା ׀
ବାନ୍ଧି ସଭିଙ୍କୁ ସେନେହ ପ୍ରେମରେ
ଆମେ ଗଢିବା ନୁଆଁ ଦେଶରେ ׀
ସୁସ୍ଥ ସମାଜ ଗଠନ କରିବା
ପ୍ରତି ପ୍ରାଣେ ଦେଶ ପ୍ରିତୀ ଭରିବା ׀
ଏଇ ଜନମ ଭୂଇଁର ପାଇଁ ରେ
ଆମ ଜୀବନ ସମର୍ପି ଦେଇ ରେ ׀
ଆସ ଜୀବନ ସଫଳ କରିବା
ପ୍ରତି ପ୍ରାଣେ ଦେଶ ପ୍ରିତୀ ଭରିବା ׀

ନାମ – ସୁନିତା ଗୌଡ଼
ଠିକଣା – ଡୁମୁଡୁମା, ଭୁବନେଶ୍ୱର

Comments are closed.