ଅମୃତ ମହୋତ୍ସବ 2022

ବିଳାସ ଚନ୍ଦ୍ର ବେହେରା

ଲ୍ଲୀ ଠାରୁ ଦିଲ୍ଲୀ ସ୍ୱାଧୀନତା ସ୍ୱାଦ
ଚାଖି କରୁ ଆମେ ଗର୍ଵ
ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ପାଳୁଅଛୁ
ଅମୃତର ମହୋତ୍ସବ l
ଘରେ ଘରେ ଆମେ ପତାକା ଉଡାଇ
ଗର୍ବେ କହୁ ଭାରତୀୟ
ଯବାନଙ୍କ ଜୟ କିଷାନଙ୍କ ଜୟ
ଭାରତ ମାତାର ଜୟ l
ଲାଲ ବାଲ ପାଲ ସୁବାଷ ବାଜିଆ
ବକ୍ସି ଜଗବନ୍ଧୁ ଗାନ୍ଧୀ
ମନେ ଚିନ୍ତୁ ନାହୁଁ ସେମାନଙ୍କ କୀର୍ତ୍ତି
ଦୁର୍ନୀତିରେ ହେଉ ଛନ୍ଦି l
କର୍ପୁର ଉଡ଼ିଛି କନା ପଡ଼ିଅଛି
ନାହିଁ ତାର ବାସ୍ନା ଗନ୍ଧ
ଭାଷଣେ ଭାସୁଛି ପୂର୍ଵ ସୂରୀ ବାର୍ତ୍ତା
ସ୍ଵାର୍ଥ ପାଇଁ ଆମେ ଅନ୍ଧ l
ଲାଲ କିଲା ଠାରେ ତ୍ରିରଙ୍ଗା ଉଡାଇ
ଖୋଳି ଦେଲେ ମୋଦୀ ଗୋହି
ଦୁର୍ନୀତିର ଉଇ ପରିବାର ବାଦ
ଭାରତକୁ ଗଲା ଖାଇ l
ପରୋକ୍ଷରେମୋଦୀ ଭାଷଣେକହିଲେ
ଆଶା ଯଦି ରାଜନୀତି
ଓଥରା ରହିକି କଲେ ଦେଶ ସେବା
ଦୁରେଇ ଯିବ ଦୁର୍ନୀତି l
ତଥାପି ତ୍ରିରଙ୍ଗା ସ୍ମୁତି ବଖାଣୁଛି
କାହାଣୀ ବୀର ମାଟିର
ଏକତାର ମନ୍ତ୍ର କରୁଛି ପ୍ରଚାର
ସତ୍ୟ ଶାନ୍ତି ପ୍ରଗତିର l

ନଳିତା ନିଳୟ,
ବନ୍ତୁଣିଆ, ୪୨ ମୋୖଜ଼ା,
କଟକ l

Comments are closed.