ଆସୁଛନ୍ତି ଗଜାନନ

ଅର୍ଜୁନୀ ଚରଣ ବେହେରା

ସୁଛନ୍ତି ଗଜାନନ ଗୋଉରୀ ନନ୍ଦନ l
ଅଗ୍ର ପୂଜ୍ୟ ବିଘ୍ନରାଜ ଇନ୍ଦୁର ବାହନ ll
ଭାଦ୍ରବ ଶୁକ୍ଳ ଚତୁର୍ଥୀ ତାଙ୍କ ଦିବ୍ୟପୂଜା l
ସର୍ବବିଘ୍ନ ହରିନେବେ ପ୍ରଭୁ ବିଘ୍ନରାଜା ll
ପିତା ତାଙ୍କ ସଦାଶିବ ପ୍ରଭୁ ଆଶୁତୋଷ l
ନମସ୍କାରମାତ୍ରେ ବାବା ଲଭନ୍ତି ସନ୍ତୋଷ ll
ମାତା ପର୍ବତ ନନ୍ଦିନୀ ପାର୍ବତୀ,ଅମ୍ବିକା l
ଜଗଦମ୍ବା ମାହେଶ୍ୱରୀ ଜଗତ ପାଳିକା ll
ପତ୍ନୀ ତାଙ୍କ ରିଦ୍ଧି ସିଦ୍ଧି ପ୍ରଭୁ ସିଦ୍ଧିଦାତା l
ସନ୍ତୋଷୀମାତା ଅଟନ୍ତି ପ୍ରଭୁଙ୍କ ଦୁହିତା ll
ସୂର୍ଯ୍ୟକୋଟି ସମପ୍ରଭ ପ୍ରଭୁ ମହାକାୟ l
ସର୍ବ ଶୁଭ କର୍ମେ ପୂଜ୍ୟ ହୁଅନ୍ତି ସହାୟ ll
ଜଗତକଲ୍ୟାଣ ଅର୍ଥେ ଦେବ ଲମ୍ବୋଦର l
ସର୍ବ ଶାସ୍ତ୍ରର ହୋଇଲେ ପ୍ରଭୁ ଲିପିକାର ll
ବିଦ୍ୟାଦାତା ଜ୍ଞାନଦାତା ବିଦ୍ୟା ଅଧିପତି l
କାର୍ତ୍ତିକେୟ ଭାଇ ତାଙ୍କ ଦେବସେନାପତି ll
ଦୀର୍ଘ କର୍ଣ୍ଣ କ୍ଷୁଦ୍ର ଚକ୍ଷୁ ସୁନ୍ଦର କପୋଳ l
ଦନ୍ତାଘାତେ ବିଦାରିତ ତାଙ୍କ ଗଣ୍ଡସ୍ଥଳ ll
ମୋଦକ ପ୍ରିୟଙ୍କ ଲାଗି ଲଡ଼ୁ ରଖିଥାଅ l
ଜୟ ଏକ ଦନ୍ତେ ବିନାୟକ ମହାକାୟ ll
ଜୟ ଜୟ ବିଦ୍ୟାପତି ଜୟ ବକ୍ରତୁଣ୍ଡେ l
ବିଦ୍ୟାଦାତା ଜ୍ଞାନ ବୁଦ୍ଧି ଭରିଦିଅ ମୁଣ୍ଡେ ll
ନମାମି ନମାମି ପ୍ରଭୁ ହେ ବିଦ୍ୟାବାଗୀଶ l
ଚରଣେ ଶରଣ ବାଞ୍ଛେ ଅକୀଞ୍ଚନ ଦାସ ll
ଅର୍ଜୁନୀ 
ମୋ -7693091971

Comments are closed.