ଧନୀ ହେବାର ନିଶା

ଅକ୍ଷୟ ମହାନ୍ତି। ନିର୍ମାଲ୍ୟ

ପ୍ରତିଯୋଗିତାଟା
ନିଇତି ଚାଲିଛି
ବଡ ଧନୀ କିଏ ହେବ
ନାରୀମାନଙ୍କୁ ବି
ସୁଯୋଗ ମିଳିଛି
କିଏ ବା ପଛେଇ ଯିବ?

ମୃତ୍ୟୁର ପ୍ରମାଣ
ପତ୍ରଟିଏ ପାଇଁ
ଆର ଆଇ ନେଉଛି ଲାଂଚ
ଏକ ନାରୀ ସାଥେ
ଆଉ ଏକ ନାରୀ
ପୁରାଇ ଖେଳୁଛି ପେଂଚ।

ଅପରାଧୀ ପଛେ
ଗୋଡେଇ ଗୋଡେଇ
ଭିଜିଲାନ୍ସ ଧରିଥାଏ
ନାରୀ ଇନସ୍ପେକ୍ଟର
ଲାଂଚ ନେଇ ଆଜି
କାରାଗାରେ ବନ୍ଦୀ ହୁଏ।

ଆମରି ଦେଶର
ବଡ ନେତା ଜଣେ
ନାଆଁ ଧରିବାକୁ ଲାଜ
ଚେନ୍ନାଇରେ ତାଙ୍କ
ବାର ଅଟ୍ଟାଳିକା
ଚାଳିଶିଟି ମଲ ଆଜ।

ବାର ଗୋଟି ଅଛି
ସିନେମା ହଅଲ
ତିନିଶ ଏକର ଜମି
ଇଂଲଣ୍ଡରେ ପୁଣି
ଅଶୀ ଏକରରୁ
ଜମା ହେବ ନାହିଁ କମି।

ଥାଇଲାଣ୍ଡେ ପୁଣି
ଷୋଳ ଗୋଟି ଜାଗା
ଲଂକାରେ ରିସଟ ଅଛି
ସିଂଗାପୁର ଫ୍ରାନ୍ସ
ଦୁବାଇରେ ମଧ୍ୟ
ରଖିଛନ୍ତି ଜମି କିଛି।

ବିଦେଶରେ ତାଙ୍କ
ବ୍ଯବସାୟ ଚାଲେ
ଆମେରିକା ଗ୍ରୀସ ଠାରେ
ତାଂକ ମନ୍ତ୍ରୀତ୍ବରେ
ଚରିଗଲେ ସିଏ
ଫିଲିପାଇନ୍ସ ଇଂଲଣ୍ଡରେ।

ତିରିଶ ଥର ସେ
ଆଗୁଆ ଜାମିନ
ଆବେଦନ କରିଥିଲେ
ଖାରଜ ହେବାରୁ
ବାପ ପୁଅ ଦୁହେଁ
ଗିରଫ ବି ହୋଇଗଲେ।

ହଜାରେ କୋଟିର
ଦୁର୍ନୀତି ହୋଇଛି
ହେରାଲ୍ଡ ମାମଲାରେ
ମାଆ ପୁଅ ଦୁହେଁ
ହାଜର ହୁଅନ୍ତି
ସିବିଆଇ ଅଫିସରେ।

ମନ୍ତ୍ରୀ ପାର୍ଥ ଆଉ
ଅର୍ଚିତାଂକ କଥା
କେମିତି ପାରିବି କହି
ଶିକ୍ଷା ବିଭାଗରେ
ଯାହା ଖାଇଛନ୍ତି
ହୋଇଯିବ ଏକ ବହି।

ସତ୍ଯମ୍ ସ୍କାଆମ୍
କୋଇଲା ଦୁର୍ନୀତି
ରାସନ ଚୋରିର କଥା
ନେତାଙ୍କ ଗୁମର
ଶୁଣିଲେ ତୁମର
ଘୁରେଇ ଯିବ ବି ମଥା।

ଅଭିଯୁକ୍ତମାନେ
ରାଜ୍ୟ ସଭା ଯାନ୍ତି
ପଦ୍ମ ପୁରସ୍କାର ମିଳେ
ବିଲେଇ ହାତରେ
ମାଛ ଘର ଚାବି
ଦେଶଟା ଏମିତି ଚଲେ।
*******
ମୋ ନଂ 9937462507

Comments are closed.