ଆଜି ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ନୀତୀଶ କୁମାର

ବିବି ନିୟୁଜ ବ୍ୟୁରୋ : ବିହାର ବିଧାନସଭାରେ ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ ମହାମେଣ୍ଟ ସରକାର । ଏଥିପାଇଁ ବିଧାନସଭାରେ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଛି । ଆଜି ଗୃହରେ ବହୁମତ ସାବ୍ୟସ୍ତ କରିବେ ନୀତିଶ ସରକାର । ଏହା ମହାମେଣ୍ଟ ତଥା ନୀତୀଶ- ତେଜସ୍ୱୀ ସରକାରଙ୍କ ଅସଲ ପରୀକ୍ଷା ବୋଲି କୁହାଯାଉଛି । ବିହାରର ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ୧୨୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ।ଏପରିକି ଆରଜେଡି ପକ୍ଷରୁ ବାଚସ୍ପତିଙ୍କ ବିରୋଧରେ ଆରଜେଡି ଦେଇଥିବା ଅବିଶ୍ୱାସ ପ୍ରସ୍ତାବକୁ ସେ ବେଆଇନ ଦର୍ଶାଇ ଖାରଜ କରିଦେଇଛନ୍ତି । ଅବିଶ୍ୱାସ ପ୍ରସ୍ତାବ ଆସିବା ପରେ ମଧ୍ୟ ପଦରେ ରହିବାକୁ ହେଲେ ବାଚସ୍ପତି ବିଜୟ ସିହ୍ନାଙ୍କୁ ବହୁମତ ଆବଶ୍ୟକ, ହେଲେ ବିଜେପି ପାଖରେ ୭୭ ଜଣ ବିଧାୟକ ଅଛନ୍ତି ।

ବିଧାନସଭାର ପରିବର୍ତ୍ତିତ ପରିସ୍ଥିତି ଓ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ବାଚସ୍ପତି ବିଜୟ ସିହ୍ନାଙ୍କୁ ଅପିଲ କରିଛି ଆରଜେଡି । ତେଣୁ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ ହେବା ସମ୍ଭାବନା ରହିଛି ।ଏପରିକି ଆରଜେଡି ପକ୍ଷରୁ ବାଚସ୍ପତିଙ୍କ ବିରୋଧରେ ଆରଜେଡି ଦେଇଥିବା ଅବିଶ୍ୱାସ ପ୍ରସ୍ତାବକୁ ସେ ବେଆଇନ ଦର୍ଶାଇ ଖାରଜ କରିଦେଇଛନ୍ତି । ଅବିଶ୍ୱାସ ପ୍ରସ୍ତାବ ଆସିବା ପରେ ମଧ୍ୟ ପଦରେ ରହିବାକୁ ହେଲେ ବାଚସ୍ପତି ବିଜୟ ସିହ୍ନାଙ୍କୁ ବହୁମତ ଆବଶ୍ୟକ, ହେଲେ ବିଜେପି ପାଖରେ ୭୭ ଜଣ ବିଧାୟକ ଅଛନ୍ତି । ବିଧାନସଭାର ପରିବର୍ତ୍ତିତ ପରିସ୍ଥିତି ଓ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ବାଚସ୍ପତି ବିଜୟ ସିହ୍ନାଙ୍କୁ ଅପିଲ କରିଛି ଆରଜେଡି । ତେଣୁ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ ହେବା ସମ୍ଭାବନା ରହିଛି ।

Comments are closed.