ବିପଦ ସମୟରେ କାମରେ ଆସିଲା ବିଜୁ ସ୍ଵାସ୍ଥ୍ୟ କାର୍ଡ , ସୁସ୍ଥ ହୋଇ ଘରକୁ ଫେରିଲେ ଗୀତାଞ୍ଜଳି ।

ସାଗର ସୁନ୍ଦରାୟ ,

ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ନଡ଼ିଆବରେଇ ପଞ୍ଚାୟତର ଗୀତାଞ୍ଜଳି ପରିଜା କିଡ୍ଡନି ଓ ହୃଦ ରୋଗରେ ପୀଡିତ ଥିଲେ । ଏହି ଚିକିତ୍ସା ବ୍ୟୟବହୁଳ ଓ ଗୀତାଞ୍ଜଳୀ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ନଥିବାରୁ ଚିକିତ୍ସା ଖର୍ଚ୍ଚ ପାଇଁ ନିଜର ଜମି ବିକିବାକୁ ସ୍ଥିର କରିଥିଲେ । ଓଡ଼ିଶା ମୋ ପରିବାର ହେଲ୍ପଡେ଼କ୍ସର ସହଯୋଗୀ ରଶ୍ମିରଞ୍ଜନ ପ୍ରଧାନ କୌଣସି ସୂତ୍ରରୁ ଖବର ପାଇ ଗୀତାଞ୍ଜଳୀଙ୍କୁ ଯୋଗାଯୋଗ କରିଥିଲେ । ତାଙ୍କୁ ସାଥିରେ ଆଣି ବିଜୁସ୍ବାସ୍ଥ୍ୟ କାର୍ଡ ଯୋଜନା ଅନୁଯାୟୀ ଭୁବନେଶ୍ୱରସ୍ଥ ସମ୍ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଅଭିଜ୍ଞ ଡାକ୍ତର ମାନଙ୍କ ତତ୍ୱାବଧାନରେ ୧୫ ଦିନ ଧରି ଚିକିତ୍ସିତ ହୋବା ପରେ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ଗୀତାଞ୍ଜଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ମୋ ପରିବାର ହେଲ୍ପଡେ଼କ୍ସର ସଦସ୍ୟ ରଶ୍ମି ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Comments are closed.